‘ଜୁଏଲ୍‌ଙ୍କୁ ଧକ୍କା ଦେଲେ, ମୁଁ ହାତ ଧରି ବସେଇ ଦେଲି !’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

‘ଜୁଏଲ୍‌ଙ୍କୁ ଧକ୍କା ଦେଲେ, ମୁଁ ହାତ ଧରି ବସେଇ ଦେଲି !’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦ୍‌ଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣା ଏବେ ତାଙ୍କୁ ଛନ୍ଦି ଦେଇଛି। କଥା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ଓଡ଼ିଶା ଡେଇଁ ପହଞ୍ଚିଲାଣି ପାକିସ୍ତାନରେ । ତାଙ୍କର ଏହି ଅସୌଜନ୍ୟତା ଲାଗି ସାରା ଭାରତ ଆଜି ନିନ୍ଦିତ ହୋଇଛି। ଶତ୍ରୁରାଷ୍ଟ୍ର ପାକିସ୍ତାନ ସହିଦ୍‌ ପରିବାରଙ୍କ ପ୍ରତି ଭାରତୀୟମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି ଟିପ୍ପଣୀ କଲାଣି। ଯାହାକୁ ନେଇ ଜଣେ ସାଧାରଣ ଭାରତୀୟ ଭାବେ ଆମ ମଥାନତ ହୋଇଯାଉଛି।

ହେଲେ ବିଧାୟକ ମହୋଦୟ କେତେବେଳେ କ୍ଷମା ମାଗୁଛନ୍ତି ତ ପୁଣି କେତେବେଳେ ତଣ୍ଟିଆ ମାରିବାର କାରଣ ଦର୍ଶାଉଛନ୍ତି। ପୂର୍ବରୁ ସେ  ସହିଦ୍‌ ପ୍ରସନ୍ନ ସାହୁଙ୍କ ସମ୍ପର୍କିୟ ଦାଦାଙ୍କୁ ତଣ୍ଟିଆ ମାରି ନ ଥିଲେ ବରଂ ହାତ ଧରି ବସିବାକୁ କହିଥିଲେ ବୋଲି କହି ସଫେଇ ଦେଇଥିବା ବେଳେ ଆଜି ଆଉ ଗୋଟିଏ କଥା କହି ନିଜ ଦୋଷରେ ଫ୍ୟାଚ୍‌ ପକାଇବାକୁ ଚଷ୍ଟା କରିଛନ୍ତି।

ମୃତ ସହିଦ୍‌ଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ ସମୟରେ ସାମୟିକ ଭାବେ କିଛି ବିଶୃଙ୍ଖଳା ହୋଇଥିବା ସେ ପୂର୍ବରୁ କହିଥିଲେ। ଏଥର କିନ୍ତୁ  ନୂଆ ଆଳ ଦେଖାଇ ‘ଜୁଏଲ୍‌ କାର୍ଡ’ ଖେଳିଛନ୍ତି। ବିଧାୟକ ସାମନ୍ତରାୟ କହିଛନ୍ତି ସହିଦ୍‌ଙ୍କ ସମ୍ପର୍କିୟ ଦାଦା କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କୁ ଧକ୍କା ମାରି ପ୍ରବେଶ କରିଥିବାରୁ ସେ ତାଙ୍କ ହାତ ଟାଣି ଆଣି ବସେଇ ଦେଇଥିଲେ। ହେଲେ ଭିଡ଼ିଓରୁ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଯେ, ବିଧାୟକ ମହୋଦୟ ତାଙ୍କୁ ଟାଣି ଆଣି ତଣ୍ଟିଆ ମାରିଥିଲେ।

ଏଭଳି ସ୍ଥିତିରେ ଏ କଥା ମଧ୍ୟ କୁହାଯାଇପାରେ ଯେ, ଯଦି ସମ୍ପୃକ୍ତ ବ୍ୟକ୍ତି ଧକ୍କା ମାରିଥାଆନ୍ତି ତେବେ ମଧ୍ୟ ପୁଲିସ୍‌ ଉପସ୍ଥିତିରେ ବିଧାୟକ ମହୋଦୟ ତାଙ୍କୁ ତଣ୍ଟିଆ ମାରିବାର କୌଣସି ଅଧିକାର ନାହିଁ। ଜଣେ ଜନପ୍ରତିନିଧି ହୋଇ ଯଦି ସର୍ବ ସମ୍ମୁଖରେ ସେ ଏଭଳି ଉତ୍ତେଜିତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତେବେ ତାଙ୍କ ନିକଟକୁ ଯାଉଥିବା ଲୋକଙ୍କ କି ଅବସ୍ଥା ହେଉଥିବା ତାହା ଅନୁମାନ କରିପାରନ୍ତି।

ସାମାନ୍ୟ ସୌଜନ୍ୟତା ନ ଥିବା ବିଧାୟକ ସାମନ୍ତରାୟଙ୍କ ଏଭଳି ଆଚରଣ ପରେ ଜୁଏଲଙ୍କ କୌଣସି ମତାମତ ଏ ଯାଏଁ ମିଳିନାହିଁ। ତେବେ ପ୍ରଶ୍ନ ଉଠୁଛି ଯଦି ଜୁଏଲ ତାଙ୍କୁ କେହି ଧକ୍କା ମାରି ନାହାନ୍ତି ବୋଲି କହିଦିଅନ୍ତି ତା ହେଲେ ସାମନ୍ତରାୟ ମିଛୁଆ ହେବେ। ଆଉ ଯଦି ହଁ କରନ୍ତି ତା ହେଲେ ମଧ୍ୟ ସାମନ୍ତରାୟଙ୍କର କୌଣସି ଲାଭ ହେବନି। କାରଣ ପୁଲିସ୍‌ ଉପସ୍ଥିତିରେ କାହାକୁ ମାରି ଆଇନ୍‌କୁ ହାତକୁ ନେବାକୁ ସେ ଅଧିକୃତ ବ୍ୟକ୍ତି ନୁହନ୍ତି ବୋଲି କୁହାଯିବ।



from Odisha Reporter https://ift.tt/2U1PMQm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages