ଧର୍ମ ପରିବର୍ତ୍ତନ ନ କରିବାରୁ ଆଜିର ଦିନର ତାଙ୍କର ହୋଇଥିଲା ମୁଣ୍ଡକାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଧର୍ମ ପରିବର୍ତ୍ତନ ନ କରିବାରୁ ଆଜିର ଦିନର ତାଙ୍କର ହୋଇଥିଲା ମୁଣ୍ଡକାଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ଦିନରେ ଅର୍ଥାତ୍‌ ବସନ୍ତ ପଞ୍ଚମୀ ଦିନ ଭାଇ ହକିକତ୍‌ ରୟଙ୍କ ମୁଣ୍ଡ କାଟ୍‌ ହୋଇଥିଲା। ଆପଣ ଭାବୁଥିବେ ଏହି ହକିକତ୍‌ ରାୟ ଜଣକ କିଏ ଆମେ ଯାହାଙ୍କ କଥା କହୁଛୁ।

ହକିକତ ରାୟ ଅଖଣ୍ଡ ଭାରତର ସିଆଲ୍‌କୋଟ୍ ସହର(ବର୍ତ୍ତମାନ ପାକିସ୍ତାନ୍‌)ରେ ୧୭୨୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ଯିଏ ଜଣେ ହିନ୍ଦୁ ହୋଇଥିବାରୁ ୧୪ ବର୍ଷ ବୟସରେ ପ୍ରାଣବଳି ଦେଇଥିଲେ। ଆସନ୍ତୁ ଜାଣିବା କ’ଣ ପାଇଁ ଏତେ ଛୋଟ ବାଳକଙ୍କୁ ସେତେବେଳେ ମିଳିଥିଲା ମୃତ୍ୟୁଦଣ୍ଡ।

ଭାଇ ଭାଗ୍ ମଲ୍‌ ଖତ୍ରୀଙ୍କ ପୁଅ ଥିଲେ ହକିକତ୍‌। ହକିକତ୍‌ଙ୍କର ପୂର୍ବପୁରୁଷ ସମସ୍ତେ ଶିଖ୍‌ ଥିଲେ। ପିଲାବେଳୁ ହିଁ ସେ ତାଙ୍କର ମା’ଙ୍କ ଦ୍ୱାରା ପ୍ରଭାବିତ ହୋଇ ଶିଖ୍‌ ଧର୍ମ ପ୍ରତି ନିଷ୍ଠା ଦେଖାଇଥିଲେ। ହିନ୍ଦୁ ଦେବଦେବୀଙ୍କ ପ୍ରତି ତାଙ୍କର ଥିଲା ଗଭୀର ଆସ୍ଥା। କିନ୍ତୁ ସେହି ସମୟରେ ମୋଗଲ୍‌ ଶାସନ ଚାଲିଥିବାକୁ ପିଲାମାନଙ୍କୁ ମୁସଲମାନଙ୍କ ପାର୍ସି ଭାଷା ମାଦ୍ରାସାରେ ଶିକ୍ଷା ଦିଆଯାଇଥିଲା। ୧୪ ବର୍ଷ ବୟସରେ ଭାଇ ହକିକତ ରାୟଙ୍କ ପିତା ମଧ୍ୟ ତାଙ୍କୁ ଜଣେ ମୌଲବିଙ୍କଠାରୁ ପାର୍ସୀ ଭାଷା ଶିକ୍ଷାଲାଭ କରିବା ପାଇଁ ପଠାଇଥିଲେ।

ମାଦ୍ରାସାରେ ସେ ଜଣେ ମାତ୍ର ଶିଖ୍‌ ଥିଲେ କିନ୍ତୁ ଅନ୍ୟମାନେ ସମସ୍ତେ ଥିଲେ ମୁସଲମାନ। ଦିନେ ମାଦ୍ରାସାରେ ମୌଲବି ନ ଥିବା ସମୟରେ ଅନ୍ୟ ସହପାଠୀଙ୍କ ସହିତ ହକିକତ୍‌ ରାୟଙ୍କର ଝଗଡ଼ା ହୋଇଥିଲା। ଯେଉଁଥିରେ ତାଙ୍କର ମୁସଲମାନ ସହପାଠୀ ହିନ୍ଦୁ ଦେବଦେବୀଙ୍କୁ ଗାଳି କରିଥିଲେ।  ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା।

ଏହାପରେ ଏହି ମାମଲା କାଜିଙ୍କ ପାଖକୁ ନିଆ ଯାଇଥିଲା ଏବଂ ହକିକତ୍‌ ରାୟଙ୍କୁ କ୍ଷମାପ୍ରାର୍ଥନା ମାଗିବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ଏଥିରେ ହକିକତ୍‌ ରାୟ ଅରାଜି ହେବାକୁ ତାଙ୍କୁ ଲାହୋର୍‌ ଜେଲ୍‌ ପଠା ଯାଇଥିଲା। ସେଠାରେ ତାଙ୍କୁ ବଞ୍ଚି ରହିବା ପାଇଁ ହେଲେ, ମୁସଲମାନ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଥିଲା। କିନ୍ତୁ ଏହି ସର୍ତ୍ତ ହକିକତ୍‌ ମାନି ନ ଥିଲେ।

ଶିଖ୍‌ ଧର୍ମ ବ୍ୟତୀତ ସେ ଅନ୍ୟ କୌଣସି ଧର୍ମକୁ ଯିବେ ନାହିଁ ବୋଲି ସଫା ମନା କରି ଦେଇଥିଲେ। ଏହି ଅପରାଧ ପାଇଁ ହକିକତ୍‌ ରାୟଙ୍କୁ ୧୪ ବର୍ଷ ବୟସରେ ଜୀବନ ହାରିବାକୁ ପଡ଼ିଥିଲା। ହକିକତ୍‌ଙ୍କ ମୁଣ୍ଡ କାଟ୍‌ ହୋଇଥିଲା। ଇତିହାସରେ ତାଙ୍କ ମୃତ୍ୟୁ ବିଷୟରେ ଭିନ୍ନ ଭିନ୍ନ ମସିହା ରହିଛି। କେଉଁଠି ୧୭୩୨ ତ କେଉଁଠି ୧୭୩୫ ବୋଲି ଲିପିବଦ୍ଧ ହୋଇଛି। କିନ୍ତୁ ଏହା ନିଶ୍ଚିନ୍ତ ହକିକତ୍‌ ରାୟଙ୍କୁ ବସନ୍ତ ପଞ୍ଚମୀ ଅର୍ଥାତ୍‌ ସରସ୍ୱତୀ ପୂଜାରେ ହିଁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା।

 



from Odisha Reporter http://bit.ly/2Gke9pt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages