ବିଜୁ ଯୁବବାହିନୀ ପକ୍ଷରୁ ଏମିତି ଚାଲିଛି ‘ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ’: ମତୁଆଲା କରୁଛି ମିନି ସ୍କର୍ଟ ପିନ୍ଧା ଯୁବତୀଙ୍କ ଆଇଟମ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ବିଜୁ ଯୁବବାହିନୀ ପକ୍ଷରୁ ଏମିତି ଚାଲିଛି ‘ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ’: ମତୁଆଲା କରୁଛି ମିନି ସ୍କର୍ଟ ପିନ୍ଧା ଯୁବତୀଙ୍କ ଆଇଟମ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କିଛି ଦିନ ତଳେ ‘ଆମ ଗାଁ ଆମ ବିକାଶ’ ବ୍ୟାନର ଥାଇ ମଞ୍ଚରେ ଦୁଇଜଣ ହାଫ୍‌ପ୍ୟାଣ୍ଟ ପିନ୍ଧା ତରୁଣୀ ନାଚୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯେଉଁ ଖବରଟି ‘ଓଡ଼ିଶା ରିପୋର୍ଟର’ରେ ସ୍ଥାନିତ ହୋଥିଲା। ଉକ୍ତ ଭିଡିଓରେ ଦୁଇଜଣ ତରୁଣୀ କେମିତି ଯାତ୍ରା ଓ ଫିଲ୍ମ ଭଳି ଉତ୍ତେଜକ ଡ୍ୟାନ୍ସ କରୁଥିଲେ ତାହା ଦେଖାଯାଇଥିଲା। ଯାହାକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ସମାନ ଢ଼ଙ୍ଗରେ ଏକ ଭିଡିଓ ପୁଣି ସୋଶାଲ ମିଡିଆରେ ଆସିଛି। ଏଥର ବ୍ୟାନରରେ ରହିଛି ‘ମୁଁ ହିରୋ, ମୁଁ ଓଡ଼ିଶା’। ଆଉ ଏହି ବ୍ୟାନର ସମ୍ମୁଖରେ ସେମିତି ଜଣେ ତରୁଣୀ ମିନି ସ୍କର୍ଟ ପିନ୍ଧି ଆଧୁନିକ ହିନ୍ଦୀ ଗୀତ ‘ଦିଲବର ଦିଲବର୍’ ଗୀତରେ ନାଚୁଛନ୍ତି। ପୁଣି ମଞ୍ଚ ପଛପଟୁ ତାଙ୍କୁ ଭରପୂର ଉତ୍ସାହିତ କରାଯାଉଛି। କେହି ଜଣେ ମାଇକ୍‌ରେ ବଡ଼ ପାଟି କରି କହୁଛନ୍ତି, “ସମସ୍ତଙ୍କୁ ଅନୁରୋଧ, କରତାଳି ସହିତ ଉତ୍ସାହ କରିବେ।”

ଏମିତି ଏକ ମତୁଆଲା କାର୍ଯ୍ୟକ୍ରମକୁ ଦର୍ଶକମାନେ ମଧ୍ୟ ଜୋରଦାର ଉପଭୋଗ କରୁଛନ୍ତି। ଆଉ ବ୍ୟାନରରେ ‘ବିଜୁ ଯୁବ ବାହିନୀ’ ଆୟୋଜକ ବୋଲି ଉଲ୍ଲେଖ ରହିଛି।

ତେବେ ଏହି କାର୍ଯ୍ୟକ୍ରମକୁ ନେଇ କେତେକ ସମାଲୋଚନା କରିବା ସହ କଟାକ୍ଷ ମଧ୍ୟ କରିଛନ୍ତି। କେହି ଜଣେ ଲେଖିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇଗଲା। ତାପସ ପାଣିଗ୍ରାହୀ ନାମକ ଜଣେ ୟୁଜର ଏହାକୁ ‘ବିଜୁ ରେକର୍ଡ଼ ଡ୍ୟାନ୍ସ’ ବୋଲି କହିଛନ୍ତି। ସୁରଜ ପଟ୍ଟନାୟକ ଲେଖିଛନ୍ତି, ଟିକସଦାତାଙ୍କ ଅର୍ଥକୁ ଫାଲତୁ ଯୋଜନାରେ ଖର୍ଚ୍ଚ କଲେ ରାଜ୍ୟର ଉନ୍ନତି ଅସମ୍ଭବ। ସୁଜୟ କୁମାର ଆଚାର୍ଯ୍ୟ ନାମକ ଜଣେ ୟୁଜର କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଛନ୍ତି। ପ୍ରଶ୍ନ କରିଛନ୍ତି, ଏମିତି ନୃତ୍ୟ ଆୟୋଜନ କଲେ କ’ଣ ରାଜ୍ୟର ବିକାଶ ସମ୍ଭବ। ହିରାଲାଲ ସା’ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ବିଜୁ ଯୁବବାହିନୀ ରାଜ୍ୟ ପାଇଁ କଳଙ୍କ। ଏମିତି ଅନେକ ପ୍ରତିକ୍ରିୟା ସବୁ ଆସିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାର ପ୍ରତି ଘରେ, ପ୍ରତି ଗାଁରେ ଗୋପବନ୍ଧୁ ଓ ମଧୁବାବୁ ଅଛନ୍ତି । ପ୍ରତି ଘରେ ଅଛନ୍ତି ବିଜୁବାବୁ ଓ ଧର୍ମପଦ । ସମାଜ ପ୍ରତି ଏମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଆମର ଲକ୍ଷ୍ୟ । ତେଣୁ ପ୍ରତି ଲୋକ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଏବଂ ତାକୁ ସ୍ୱୀକୃତି ଦେବା ହେଉଛି ବିଜୁ ଯୁବ ବାହିନୀର ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସେହିପରି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ବିଷୟରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା।

କୁହାଯାଇଥିଲା, ପଞ୍ଚାୟତରେ ଯେଉଁ ଯୁବକମାନେ ଶିକ୍ଷାର ବିକାଶ,ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଉଦ୍ଧାର କରିବା ସହ ସେବା ଯୋଗାଇଥିବେ, ଅନ୍ଧବିଶ୍ୱାସ ଓ ସାମାଜିକ ବ୍ୟାଧି ବିରୋଧରେ ଆନ୍ଦୋଳନ କରିଥିବେ, ସ୍ୱଚ୍ଛତା ଆଣିଥିବେ କିମ୍ବା ମଦ ବିରୋଧରେ ଆନ୍ଦୋଳନ କରିଥିବେ ସେମାନଙ୍କୁ ଏହି ସମ୍ମାନ ମିଳିବ। ହେଲେ ହିରୋଙ୍କର ସନ୍ଧାନ ପାଇଁ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମ ବାହାନାରେ ରାଜ୍ୟର କରଦାତାଙ୍କ ଅର୍ଥରେ ଯେଉଁଭଳି ରଙ୍ଗିଲା କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉଛି ତାହା ଯୋଜନାର ମୂଳ ଲକ୍ଷଠାରୁ ଦୂରେଇ ଯାଇଛି ବୋଲି କେତେକଙ୍କ ମତ। ପ୍ରତିଭା ଅନ୍ୱେଷଣରେ ନାମରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ଯେମିତି ମନୋରଞ୍ଜନରେ ମାତିଛି ତାହା ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଯାହା ସାଧାରଣରେ ଗ୍ରହଣୀୟ ହୋଇପାରୁନି।

ସେମିତି ଗାଁ ଗାଁରେ ବିକାଶ ପାଇଁ ନବୀନ ସରକାର ‘ଆମ ଗାଁ ଆମ ବିକାଶ’ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ କ୍ୟାବିନେଟରେ ଯୋଜନା ମଞ୍ଜୁର ହେବା ପରେ ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ପ୍ରୟାସ କରୁଛନ୍ତି। ବଜେଟରେ ଏହି ଯୋଜନା ପାଇଁ ୧୨୫୦କୋଟି ଟଙ୍କା ରଖାଯାଇଛି। ହେଲେ ନାଚ,ଗୀତ, ଭୋଜି, ପାର୍ଟି ଓ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମରେ ଯେମିତି ଅର୍ଥ ଖର୍ଚ୍ଚ କରାଯାଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।



from Odisha Reporter http://bit.ly/2E2gvXE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages