ଓସ୍କାର ଷ୍ଟେଜ୍‌ରେ ଏମିତି ଥିଲା ସେହି ଚର୍ଚ୍ଚିତ ଚୁମ୍ବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଓସ୍କାର ଷ୍ଟେଜ୍‌ରେ ଏମିତି ଥିଲା ସେହି ଚର୍ଚ୍ଚିତ ଚୁମ୍ବନ

brudi

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୦୨ରେ ଓସ୍କାରର ଶ୍ରେଷ୍ଠ ଅଭିନେତା ଦୌଡ଼ ଥିଲା ବେସ୍‌ ରୋମାଞ୍ଚକର। ଗୋଟିଏ ପକ୍ଷରେ ଥିଲେ ୩ ତିନି ଥର ଓସ୍କାର ହାତେଇଥିବା ଜୈକ୍‌ ନିରଲସନ୍‌ ଓ ଅନ୍ୟ ପକ୍ଷରେ ଥିଲେ ଡେନିୟଲ୍‌ ଡେ ଲୁଇସ୍‌ । ଉଭୟ ଥିଲେ ବିଶ୍ୱର ୨ ଚର୍ଚ୍ଚିତ ଅଭିନେତା। ଯାହାଙ୍କୁ ସାରା ଦୁନିଆର ଦର୍ଶକ ଶ୍ରେଷ୍ଠ ବୋଲି ମାନି ସାରିଥିଲେ। ଏହା ଛଡ଼ା ବ୍ୟାଟ୍‌ମେନ୍‌ ଫିଲ୍ମଗୁଡ଼ିକରେ ଅଧିକାଂଶ ଦେଖିବାରୁ ମିଳୁଥିବା ମାଇକେଲ୍‌ କେନ୍‌, ୨୯ ବର୍ଷୀୟ ଅଭିନେତା ଆଡ୍ରିଆନ୍‌ ବ୍ରୁଡି ମଧ୍ୟ ନୋମିନେଟ୍‌ ହୋଇଥିଲେ ସେହିବର୍ଷ ସମ୍ମାନଜନକ ଓସ୍କାର ପାଇଁ।

ବ୍ରୁଡି ଥିଲେ ଏମିତି ଜଣେ ଅଭିନେତା ଯେ, ପ୍ରଥମ ଥର ଲାଗି ଓସ୍କାର ନୋମିନେସନ୍‌ ତାଲିକାରେ ନିଜ ନାଁ ରଖିବାକୁ ସକ୍ଷମ ହୋଇଥିଲେ।

ସମସ୍ତେ ଭାବିଥିଲେ ଯେ, ନିଶ୍ଚିତ ଭାବରେ ୩ ଜଣ ବରିଷ୍ଠ ଅଭିନେତା ଏହି ପୁରସ୍କାର ହାତେଇବେ। କିନ୍ତୁ ଅପ୍ରତ୍ୟାଶିତ ଭାବେ ସେଦିନ ପ୍ରସିଦ୍ଧ ଓସ୍କାର ଆୱାର୍ଡ୍‌ ଯାଇଥିଲା ୨୯ ବର୍ଷୀୟ ସେହି ସୌମ୍ୟ ସୁଦର୍ଶନ ଯୁବ ଅଭିନେତା ବ୍ରୁଡିଙ୍କୁ। ଆଉ ସବୁଠୁ କମ୍‌ ବୟସରେ ଏହି ଆୱାର୍ଡ ଜିତିବାର ରେକର୍ଡ ନିଜ ନାଁରେ କରିନେଇଥିଲେ ସେ।

ପୁରସ୍କାର ପାଇବା ପରେ ଏମିତି କିଛି କରିଥିଲେ, ଯାହାକୁ ଦେଖି ପୂରା ଦର୍ଶକ ଗ୍ୟାଲେରୀ ଚକିତ ହୋଇ ଯାଇଥିଲା।

ସେହି ସମୟରେ ତାଙ୍କ ଖୁସି କହିଲେ ନ ସରେ। ସେ ନିଜ ଖୁସିକୁ ଶବ୍ଦରେ ବର୍ଣ୍ଣିପାରି ନ ଥିଲେ। ଏଡ୍ରିଆନ୍‌ ବ୍ରୁଡି ଯେତେବେଳେ ଆୱାର୍ଡ ନେବାକୁ ଷ୍ଟେଜ୍‌ ଉପରକୁ ଆସିଥିଲେ ସେ ଏତେ ଖୁସି ହୋଇଯାଇଥିଲେ ଯେ, ସେ ଷ୍ଟେଜ୍‌ ଉପରେ ଉପସ୍ଥିତ ଥିବା ଅଭିନେତ୍ରୀ ହେଲୀ ବେରୀଙ୍କୁ କିସ୍‌ କରି ପକାଇଥିଲେ। ହେଲିଙ୍କ ହାଭ ଭାବ କହୁଥିଲା ଯେ, ବ୍ରୁଡିଙ୍କ ଏହି ପଦକ୍ଷପ ତାଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ କରିଥିଲା।

କାରଣ ଏହି ଘଟଣା ପୂର୍ବରୁ ଉଭୟ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ଆଦୌ ଜାଣି ନ ଥିଲେ।

ଏହି ଘଟଣା ପରେ ହେଲୀ ଏକ ସାକ୍ଷାତକାରରେ କହିଥିଲେ ,‘‘ମୋତେ ଆଦୌ ଜଣା ନ ଥିଲା ଯେ ବ୍ରୁଡି ଏମିତି କରିବେ। କିନ୍ତୁ ମୁଁ ଗତ ବର୍ଷ ଓସ୍କାର ଜିତିଥିଲି। ଆଉ ମୁଁ ବଝି ପାରୁଛି ଯେ ସେ ସମୟରେ ମନ କେତେ ଖୁସିଥାଏ। ସେଥିପାଇଁ ମୁଁ କୌଣସି ଅଭିଯୋଗ କରି ନ ଥିଲି। କିନ୍ତୁ ସେ ସମୟରେ ଭାବୁଥିଲି ଯେ ଏହା କ’ଣ ହେଉଛି।’’

କିଛି ଲୋକ ଏହି ମୁହୂର୍ତ୍ତକୁ ଅପ୍‌ ଫ୍ୟାସନ୍‌ କହି ଏହାରୁ ଓସ୍କାର ଇତିହାସରେ ସବୁଠୁ ଭଲ ମୁହୂର୍ତ୍ତ ବୋଲି କହୁଥିଲେ। ଆଉ କିଛି ଲୋକ ଏମିତି ବି ଥିଲେ ଯେଉଁମାନେ ଏହାକୁ ସ୍ପଷ୍ଟ ଭାବେ ଯୌନ ଉତ୍ପୀଡନ ବୋଲି କହିଥିଲେ।

 

 



from Odisha Reporter https://ift.tt/2tDWOiS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages