
ଯାଜପୁର (ଗୁଲାମ ଗସ୍): ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମିକାକୁ ମନ୍ଦିରକୁ ଡାକି ଭୁଜାଲିରେ ଆକ୍ରମଣ କରି ନିଜେ ନିଜକୁ ହାଣି ଦେଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର ଏକ ସ୍ଥାନରେ।
ମିଳିଥିବା ଖବର ଅନୁଯାୟୀ, ବନ୍ଧଜିହ୍ନ ଗାଁର ବଳରାମ ସାହୁଙ୍କ ପୁଅ ଗଣେଶ୍ୱର ସେହି ଗାଁର ଜଣେ ଯୁବତୀ ଛନ୍ଦା (ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ଛନ୍ଦା ବି ଗଣେଶ୍ୱରଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରି ଘରସଂସାର କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନଙ୍କୁ ବିରୋଧ କରୁଥିଲେ ଦୁଇ ପରିବାର ଲୋକେ। ଫଳରେ ଏହାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ଲାଗି ରହିଥିଲା।
ଆଜି ଯୋଜନାବଦ୍ଧ ଭାବେ ବିଭିନ୍ନ ବାହାନା ଦେଖାଇ ପ୍ରେମିକା ଛନ୍ଦାଙ୍କୁ ଗାଁ ନିକଟସ୍ଥ ମନ୍ଦିରକୁ ଡାକିଥିଲେ ପ୍ରେମିକ ଗଣେଶ୍ୱର। ମନ୍ଦିରରେ ପହଞ୍ଚିବା ପରେ ସେ ହଠାତ୍ ଏକ ଭୁଜାଲି ବାହାର କରି ଛନ୍ଦାଙ୍କୁ ଆକ୍ରମଣ କରିଥିଲା। ତା’ପରେ ହଠାତ୍ ପାଗଳଙ୍କ ପରି ସେ ନିଜକୁ ନିଜେ ହାଣି ହୋଇଥିଲା।
ଏହି ଘଟଣାରେ ଉଭୟ ପ୍ରେମିକ ପ୍ରେମିକା ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଶାଳା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଛନ୍ଦାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2H3Vz4n
No comments:
Post a Comment