ମନପ୍ରୀତ ଏଏଚ୍ଏଫ୍‌ ପ୍ଲେୟର ଅଫ୍ ଦି ଇୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ମନପ୍ରୀତ ଏଏଚ୍ଏଫ୍‌ ପ୍ଲେୟର ଅଫ୍ ଦି ଇୟର

ନୂଆଦିଲ୍ଲୀ: ଭାରତୀୟ ହକି ଦଳର କ୍ୟାପଟେନ୍ ମନପ୍ରୀତ୍ ସିଂହ ଏସିଆନ୍ ହକି ଫେଡେରେସନ୍ (ଏଏଚ୍ଏଫ୍) ପକ୍ଷରୁ ‘ପ୍ଲେୟର ଅଫ୍ ଦି ଇୟର’ ଭାବେ ବିବେଚିତ ହୋଇଛନ୍ତି। ସେହିପରି ଭାରତୀୟ ମହିଳା ଦଳର ଷ୍ଟ୍ରାଇକର୍ ଲାଲରେମଶିଆମି ‘ରାଇଜିଂ ପ୍ଲେୟର ଅଫ୍ ଦି ଇୟର’ ଭାବେ ବିବେଚିତ ହୋଇଛନ୍ତି।

ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ହକି ଟିମ୍ ଗତବର୍ଷ ମସ୍କାଟ୍‌ରେ ଆୟୋଜିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଅପରାଜେୟ ରହି ପାକିସ୍ତାନ ସହ ଯୁଗ୍ମ ଭାବେ ରନର୍ସଅପ୍ ହୋଇଥିଲା। ଏହାଛଡ଼ା ତାଙ୍କ ନେତୃତ୍ୱରେ ଭାରତ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ହାସଲ କରିଥିଲା।

୧୮ ବର୍ଷୟା ମହିଳା ଷ୍ଟ୍ରାଇକର୍ ଲାଲରେମଶିଆମି ୨୦୧୮ ବିଶ୍ୱକପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ସହ ଏସିଆନ୍ ଗେମ୍ସରେ ମଧ୍ୟ ଐତିହାସିକ ରୌପ୍ୟ ପଦକ ହାସଲ କରିବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ସେ ମଧ୍ୟ ବ୍ୟୁନସ୍ ଆୟର୍ସରେ ଆୟୋଜିତ ୟୁଥ ଅଲିମ୍ପିକ୍ସରେ ଭାରତୀୟ ରୌପ୍ୟ ପଦକ ବିଜେତା ଦଳର ସଦସ୍ୟ ଥିଲେ। ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ହାସଲ କରିଥିବାରୁ ଭାରତୀୟ ପୁରୁଷ ଦଳକୁ ଏଏଚ୍ଏଫ୍ ପକ୍ଷରୁ “ବେଷ୍ଟ ପରଫରମାନ୍ସ ଅଫ୍ ଦି ଇୟର” ଭାବେ ବିବେଚିତ କରାଯାଇଛି।



from Odisha Reporter https://ift.tt/2EqE1O5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages