କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍: ଧର୍ମେନ୍ଦ୍ରଙ୍କୁ ପଚାରିଲା ୨୦ ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍: ଧର୍ମେନ୍ଦ୍ରଙ୍କୁ ପଚାରିଲା ୨୦ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଓଡ଼ିଶାରେ ୧.୩୬ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି।

ଆଜି ରାଜ୍ୟ ମୁଖ୍ୟାଳୟରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ୨୦ଟି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି। ଉଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହୋଇଛି ଓ ୮୦ ପ୍ରତିଶତ ହିତାଧିକାରୀ ଦ୍ୱିତୀୟ ରିଫିଲ୍ କରିପାରିନାହାନ୍ତି। ଏପର୍ଯ୍ୟନ୍ତ କାହିଁକି ୱେବସାଇଟରେ ହିତାଧିକାରୀଙ୍କ ତାଲିକା କେନ୍ଦ୍ରମନ୍ତ୍ରୀ ଦେଉନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।

ସେହିପରି ତୈଳ ଦର ବୃଦ୍ଧି, ରେଳବାଇ କ୍ଷେତ୍ରରେ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିବା, ଜାତୀୟ ରାଜପଥର ବିପର୍ଯ୍ୟସ୍ତ ସ୍ଥିତି, ରାଜ୍ୟ ସରକାରଙ୍କ ଆହାର ଯୋଜନାକୁ କେନ୍ଦ୍ରୀୟ ଉଦ୍ୟୋଗ ସହଯୋଗ ନକରିବା, କୋଇଲା ରୟାଲଟି ସଂଶୋଧନରେ ବିଳମ୍ବ, ଆଇଓସିଏଲରେ ଓଡ଼ିଶା ଯୁବକଯୁବତୀଙ୍କୁ ନିଯୁକ୍ତି ନଦେବା, ସ୍ୱାମୀନାଥନ କମିଟି ସୁପାରିସ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନଦେବା, ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମର୍ଥନ କରିବା, ବ୍ରାହ୍ମଣୀରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣରେ ବିଳମ୍ବ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, କେନ୍ଦ୍ରୀୟ ଯୋଜନାରେ ଅଂଶଧନ ହ୍ରାସ, ୫ବର୍ଷରେ ୧୦କୋଟି ଚାକିରି ଦେବାକୁ କହି ଯୁବକଯୁବତୀଙ୍କୁ ବୋକା ବନାଇବା, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା, ରାଜ୍ୟର ଅଧିକାଂଶ ଗାଁରେ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା, ଟେଲି ନେଟୱାର୍କ ଓଡ଼ିଶାର ସବୁ ଭାଗରେ ଉପଲବ୍ଧ ନହେବା, ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।



from Odisha Reporter https://ift.tt/2TfGHq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages