
ମୁମ୍ବାଇ: ଅପ୍କମିଂ ଫିଲ୍ମ ‘ସୋନ୍ଚିଡ଼ିୟା’ର ଟିମ୍ ଖୁବ୍ ଜୋର୍ସୋର୍ରେ ଫିଲ୍ମ ପ୍ରଚାରରେ ଲାଗିପଡ଼ିଛନ୍ତି। ଆସନ୍ତା ମାସରେ ପରଦାକୁ ଆସୁଥିବା ଏହି ବଡ଼ ପ୍ରୋଜେକ୍ଟର ପ୍ରଚାର ସବୁ ପ୍ଲାଟଫର୍ମରେ ହେଉଛି। ରିଲିଜ୍ ପୂର୍ବରୁ ‘ସୋନ୍ଚିଡ଼ିଆ’ର ଟିମ୍ ନିଜ ସୋଶାଲମିଡିଆ ହ୍ୟାଣ୍ଡେଲରେ ଫିଲ୍ମର ରୋମାଞ୍ଚକ ଡାଏଲଗ୍ ପ୍ରମୋ ଜାରି କରିଛି। ଏବେ ଯାଏ RSVPMovies ନିଜର ଅଫିସିଆଲ ହ୍ୟାଣ୍ଡେଲରେ ୩ଟି ଅଲଗା ଅଲଗା ଡାଇଲଗ୍ ପ୍ରୋମୋ ପୋଷ୍ଟ କରିଛି।
‘ସୋନଚିଡ଼ିୟା’ ଫିଲ୍ମରେ ମନୋଜ ବାଜପାଇଙ୍କ ଡାଏଲଗ ପ୍ରୋମୋକୁ ସେୟାର କରି RSVPMovies ଲେଖିଛି ‘ଆଙ୍କର ଲୁଟିବାର ଅନ୍ଦାଜ ବହୁତ୍ କୁଲ୍। ଭେଟନ୍ତୁ ଗ୍ୟାଙ୍ଗ ଲିଡର୍ ମାନ୍ ସିଂହଙ୍କୁ।’
Inka लूटने ka अंदाज़ bada cool sa hai! Miliye gang ke लीडर – Man Singh se!@itsSSR @bhumipednekar @BajpayeeManoj @RanvirShorey @ranaashutosh10 #AbhishekChaubey @RonnieScrewvala @ZeeMusicCompany #Sonchiriya pic.twitter.com/MyKn0LOQ5w
— RSVPMovies (@RSVPMovies) February 14, 2019
ଫିଲ୍ମରେ ଭୂମୀ ପେଡନେକରଙ୍କ ଭିଡିଓ ଶେୟାର କରି RSVPMovies ଲେଖିଛି, ‘ଇଏ ନିଜ ବନ୍ଧୁକ ମୁନରେ ସମସ୍ତଙ୍କୁ ରଖିଥାନ୍ତି। ଭେଟନ୍ତୁ ଇନ୍ଦୁମତୀ ତୋମାରଙ୍କୁ’।
Yeh apni बन्दूक ki नोक pe sab ko rakhti hain! Miliye Indumati Tomar se!@itsSSR @bhumipednekar @BajpayeeManoj @RanvirShorey @ranaashutosh10 #AbhishekChaubey @RonnieScrewvala @ZeeMusicCompany @RSVPMovies #Sonchiriya pic.twitter.com/i54hkxkdVy
— RSVPMovies (@RSVPMovies) February 16, 2019
ଫିଲ୍ମରେ ରଣବୀର ସୋରେଙ୍କ ଭିଡିଓ ଶେୟାର କରି RSVPMovies ଲେଖିଛି, ‘ନିଜ ନିୟମରେ ଇଏ ଏକଦମ୍ ପକ୍କା! ଓକିଲ ସିଂହଙ୍କ ସହ କେବେ ପଙ୍ଗା ନେବନାହିଁ।’ ଫିଲ୍ମର ଏହି ସବୁ ଭିଡିଓ ଦର୍ଶକଙ୍କ ମନରେ ଫିଲ୍ମ ପ୍ରତି ଉତ୍ସାହ ଆହୁରି ବଢ଼ାଇଦେଉଛି। ଆଉ ଏହା ପୂର୍ବରୁ ୟୁଟୁବ୍ରେ ଫିଲ୍ମର ୨ଟି ଯାକ ଅଫିସିଆଲ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।
Apne उसूलों ke pakke hain yeh! Vakil Singh se kabhi पन्गा mat lena! @itsSSR @bhumipednekar @BajpayeeManoj @RanvirShorey @ranaashutosh10 #AbhishekChaubey @RonnieScrewvala @ZeeMusicCompany #Sonchiriya pic.twitter.com/wbthnxvguS
— RSVPMovies (@RSVPMovies) February 15, 2019
ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ ଜଣେ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ପାଇଁ ସୁଶାନ୍ତ ବୁନ୍ଦେଲି ଭାଷା ମଧ୍ୟ ଶିଖିଛନ୍ତି। ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି। ଫିଲ୍ମର କାହାଣୀ ଅଭିଷେକ ଚୌବେ ଓ ସୁଦୀପ ଶର୍ମା ମିଳିତ ଭାବେ ଲେଖିଛନ୍ତି। ଏଥିସହ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଅଭିଷେକ ଚୌବେ ଦେଇଛନ୍ତି। ସେହିପରି ଫିଲ୍ମର ପ୍ରଯୋଜନା ଭାର ରୋନି ସ୍କ୍ରୁବାଲା ସମ୍ଭାଳିଛନ୍ତି। ଆସନ୍ତା ମାର୍ଚ୍ଚ୧ ତାରିଖରେ ଫିଲ୍ମଟି ରିଲିଜ୍ ହେବ।
from Odisha Reporter http://bit.ly/2IlFTf5
No comments:
Post a Comment