ସାନିଆ ମିର୍ଜାଙ୍କ ପ୍ରଶ୍ନ: ସୋଶାଲ ମିଡିଆରେ ସମବେଦନା ଜଣାଇଦେଲେ କ’ଣ ଦେଶଭକ୍ତି କୁହାଯିବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ସାନିଆ ମିର୍ଜାଙ୍କ ପ୍ରଶ୍ନ: ସୋଶାଲ ମିଡିଆରେ ସମବେଦନା ଜଣାଇଦେଲେ କ’ଣ ଦେଶଭକ୍ତି କୁହାଯିବ?

ଜମ୍ମୁ: ଜମ୍ମୁ କଶ୍ମୀରିର ପୁଲଓ୍ଵାମାର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍‌ ସହିଦ୍‌ ହେବାପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଶୋସାଲ
ମିଡିଆରେ ମଧ୍ୟ ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରାଯିବା ସହ ସହିଦଙ୍କ ପରିବାର ପ୍ରତି ସମ୍ମାନ ଓ ସମବେଦନା ଜଣାଉଛନ୍ତି ଲୋକେ। ତେବେ ଏହି
ଆତଙ୍କବାଦୀ ହମ୍‌ଲାକୁ ନେଇ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କ ଏକ ଟ୍ୱିଟ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ସାନିଆ ମିର୍ଜା ଲେଖିଛନ୍ତି ଯେ, “ଏହି ପୋଷ୍ଟ ସେଇମାନଙ୍କ ପାଇଁ , ଯେଉଁମାନେ ଭାବିଥାନ୍ତି ଆମକୁ ମଧ୍ୟ କୌଣସି ମହାନ ବ୍ୟକ୍ତିଙ୍କ ଭଳି ଟ୍ୱିଟର ଓ ଇନଷ୍ଟାଗ୍ରାମରେ
ସମବେଦନା ପୋଷ୍ଟ କରିବା କଥା। ଖାସ୍‌ ଏହା ପ୍ରମାଣିତ କରିବା ପାଇଁ ଆମେ ହେଉଛୁ ଦେଶଭକ୍ତ ଏବଂ ଆମର ହିଁ ଦେଶ ପାଇଁ ଚିନ୍ତା ଅଛି। କାହିଁକି ନା ଆମେ ହେଉଛୁ
ସେଲେବ୍ରିଟି।”

ସାନିଆ ଆହୁରି ଲେଖିଛନ୍ତି ଯେ, ଆମ ଭିତରେ ଏମିତି ଅନେକ କିଛି ନିରାଶ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କ୍ରୋଧକୁ ପ୍ରକାଶ କରିବାକୁ ଯାଇ ଯଦି କିଛି ଟାର୍ଗେଟ
ନମିଳେ, ତେବେ ସେମାନେ ଘୃଣା ଖେଳାଇବାକୁ କୌଣସି ମଉକା ଛାଡ଼ି ନଥାନ୍ତି। ସାନିଆ ଲେଖିଛନ୍ତି ଯେ, ମୁଁ ମୋ ନିଜ ଦେଶ ପାଇଁ ଖେଳୁଛି। ଦେଶ ପାଇଁ ଝାଳ
ବୁହାଉଛି। ଆଉ ଏମିତି କରି ମୁଁ ମୋର ଦେଶ ସେବା କରୁଛି। ଆଉ ଏହି ସମୟରେ ମୁଁ ସିଆରପିଏଫ ଯବାନଙ୍କ ପରିବାର ସହିତ ସାଥୀରେ ଛିଡ଼ା ବି ହୋଇଛି। ସାନିଆ
ଆହୁରି ଲେଖିଛନ୍ତି ଯେ,୧୪ ଫେବୃଆରୀ ଦିନ ଦେଶ ପାଇଁ ଏକ କଳା ଦିବସ ଥିଲା। ମୁଁ ଅଶା କରୁଛି ଯେ, ଏମିତି ଦିନ ଆମକୁ ଆଉ ଦେଖିବାକୁ ନମିଳୁ। ଏହି ଦିନକୁ
କେବେ ଭୁଲି ହେବନି। ମୁଁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି। କ୍ରୋଧ ପ୍ରଦର୍ଶନ ସେତେବେଳ ପର୍ଯ୍ୟନ୍ତ ଠିକ୍‌ ଯଦି ସେଥିରୁ କିଛି ଗୋଟେ ଜନହିତ ଉପଯୋଗୀ ନିର୍ଯାସ ଆସୁଥିବ।
କାହାକୁ ଟ୍ରୋଲ କରିବା ଦ୍ୱାରା ଆପଣଙ୍କୁ କୌଣସି ଫାଇଦା ମିଳିବ ନାହିଁ।



from Odisha Reporter http://bit.ly/2DMEwk4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages