ପ୍ରେମ ଦିବସରେ ଜନ୍ମ ହୋଇଥିଲେ ସୌନ୍ଦର୍ଯ୍ୟର ଦେବୀ ମଧୁବାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ପ୍ରେମ ଦିବସରେ ଜନ୍ମ ହୋଇଥିଲେ ସୌନ୍ଦର୍ଯ୍ୟର ଦେବୀ ମଧୁବାଲା

ମୁମ୍ୱାଇ: ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ କଥା କହିଲେ ପ୍ରଥମେ ମଧୁବାଲାଙ୍କର ନାମ ହିଁ ଆସିଥାଏ। ଆଜି ହେଉଛି ମଧୁବାଲାଙ୍କର ୮୬ତମ ଜନ୍ମଦିନ। ଭାଲେନ୍‌ଟାଇନ୍‌ ଡେ’ରେ ସାରା ବିଶ୍ୱ ପ୍ରେମ ଦିବସ ପାଳନ କରୁଥିବାବେଳେ ମଧୁବାଲାଙ୍କର ଜନ୍ମ ହୋଇଥିଲା।

ହିନ୍ଦୀ ସିନେମାର ରଙ୍ଗରେ ରଙ୍ଗୀନ୍‌ ହୋଇ ନିଜକୁ ସମ୍ପୂର୍ଣ୍ଣ ଭାବରେ ସିନେମା ପ୍ରତି ସମର୍ପିତ କରିଥିବା ଅଭିନେତ୍ରୀ ହେଉଛନ୍ତି ମଧୁବାଲା। ସାରା ଜୀବନ ସେ ହିନ୍ଦୀ ସିନେମାକୁ ଦାନ କରିଥିଲେ।

ଜଣେ କଳାକାର ଭାବରେ ମଧୁବାଲା ଯେଉଁ ଚିତ୍ର ରହିଛି, ତାହାକୁ ଲୋକ ଆଜି ବି ମନେ ପକାଉଛନ୍ତି। ଆଜି ତାଙ୍କର ଜନ୍ମ ଦିନରେ ଆସନ୍ତୁ ଜାଣିବା ମଧୁବାଲାଙ୍କ ଜୀବନ ସହିତ ଜଡ଼ିତ ଥିବା କିଛି ଅଜଣା କଥା।

୧. ୧୯୩୩ ମସିହାରେ ୧୪ ଫେବୃଆରୀ ଦିଲ୍ଲୀରେ ମଧୁବାଲା ଜନ୍ମଗ୍ରହଣ କରିଥିଲେ। ମଧୁବାଲାଙ୍କର ପୂରା ନାମ ମୁମ୍‌ତାଜ୍‌ ଜହାଁ ଦେହଲବୀ।

୨. ତାଙ୍କ ବାପାଙ୍କ ନାମ ଉତାଉଲ୍ଲାହ ଏବଂ ମାଙ୍କ ନାମ ଆୟଶା ବେଗମ୍‌ ଥିଲା। ପ୍ରଥମେ ମଧୁବାଲାଙ୍କର ବାପା ତମ୍ୱାଖୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ପରେ ସେଠାରୁ ଚାକିରି ଛାଡ଼ି ମୁମ୍ୱାଇ ଚାଲି ଆସିଥିଲେ। ମୁମ୍ୱାଇ ଆସିବା ପରେ ମୁମ୍‌ତାଜ୍‌ ସିନେମାରେ କାମ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ। ଶେଷରେ ତାଙ୍କର ଏହି ଇଚ୍ଛା ପୂରଣ ହୋଇଥିଲା ଏବଂ ୧୯୪୨ ମସିହାରେ ୯ ବର୍ଷ ବୟସରେ ଫିଲ୍ମ ‘ବସନ୍ତ’ ଜରିଆରେ ସେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମଟି ଏତେ ସଫଳତା ସାଉଁଟି ପାରି ନ ଥିଲେ ମଧ୍ୟ ମଧୁବାଲା ଜଣେ ସୁନ୍ଦର ଅଭିନେତ୍ରୀ ଭାବେ ଦର୍ଶକଙ୍କ ମଧ୍ୟରେ ଏକ ପରିଚୟ ସୃଷ୍ଟି କରିଥିଲେ।

୩. ମଧୁବାଲାଙ୍କର ଅଭିନୟକୁ ଦେଖି ସେହି ସମୟର ଜଣାଶୁଣା ଅଭିନେତ୍ରୀ ଦେବିକା ରାନୀ ବହୁତ ପ୍ରଭାବିତ ହୋଇଥିଲେ ଏବଂ ମୁମ୍‌ତାଜ୍‌ ଜହାଁ ଦେହଲବୀଙ୍କୁ ତାଙ୍କର ନାମ ବଦଳାଇ ମଧୁବାଲା ରଖିବା ପାଇଁ ପରାମର୍ଶ ଦେଇଥିଲେ।

୪. ୧୯୪୭ରେ ହୋଇଥିବା ଫିଲ୍ମ ‘ନୀଲ୍‌ କମଲ୍‌’ ଥିଲା ମୁମ୍‌ତାଜ୍‌ଙ୍କ ନାମରେ ଶେଷ ଫିଲ୍ମ। ଏହାପରେ ସେ ମଧୁବାଲା ରୂପରେ ଦର୍ଶକଙ୍କ ପାଖରେ ପରିଚିତ ହୋଇଥିଲେ। ୧୪ ବର୍ଷ ବୟସରେ ମଧୁବାଲା ରାଜ୍‌ କପୁର୍‌ଙ୍କ ସହିତ କାମ କରିବା ପାଇଁ ସୁଯୋଗ ପାଇଥିଲେ।

୫. ଫିଲ୍ମ ‘ନୀଲ୍‌ କମଲ୍‌’ରେ ଅଭିନୟ କରିବା ପରେ ମଧୁବାଲା ହିନ୍ଦୀ ସିନେମାର ‘ସୌନ୍ଦର୍ଯ୍ୟ ଦେବୀ’ ଭାବରେ ଲୋକପ୍ରିୟ ହୋଇଥିଲେ। ଏହାର ଦୁଇ ବର୍ଷ ପରେ ମଧୁବାଲା ବମ୍ୱେ ଟକିଜ୍‌ର ଫିଲ୍ମ ‘ମହଲ୍‌’ରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ସଫଳତା ପାଇବା ପରେ ମଧୁବାଲା ଆଉ ପଛକୁ ଚାହିଁ ଦେଖି ନ ଥିଲେ। ସେହି ସମୟରେ ସମସ୍ତ ଲୋକପ୍ରିୟ ପୁରୁଷ କଳାକାରଙ୍କ ସହିତ ମଧୁବାଲାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଆସିବାକୁ ଲାଗିଲା।

୬. ସେହି ସମୟର ସଫଳ ଅଭିନେତା ଅଶୋକ କୁମାର, ରହମାନ୍‌, ଦିଲ୍ଲୀପ କୁମାର ଓ ଦେବ ଆନନ୍ଦଙ୍କ ପରି ଭେଟେରାନ୍‌ ଆକ୍ଟରଙ୍କ ସହିତ ମଧୁବାଲା କାମ କରିଥିଲେ। କିନ୍ତୁ ୧୯୫୦ ମସିହା ପରେ ତାଙ୍କର କିଛି ଫିଲ୍ମ ଅସଫଳ ହୋଇଥିଲା ଏବଂ ଆଲୋଚକମାନେ ମଧୁବାଲାଙ୍କର ପ୍ରତିଭା ନାହିଁ, କେବଳ ସୁନ୍ଦରତା ଅଛି ବୋଲି କହି ସମାଲୋଚନା କରିଥିଲେ।

୭. ଏସବୁ ପରେ ମଧ୍ୟ ମଧୁବାଲା କେବେ ବି ନିରାଶ ହୋଇନଥିଲେ। ଅନେକ ଫିଲ୍ମ ଫ୍ଲପ୍‌ ହେବା ପରେ ମଧ୍ୟ ୧୯୫୮ରେ ପୁଣିଥରେ ନିଜର ପ୍ରତିଭାକୁ ପ୍ରମାଣ କରିଥିଲେ। ସେହି ବର୍ଷ ସେ ‘ଫାଗୁନ୍‌’, ‘ହାୱଡା ବ୍ରିଜ୍‌’ ‘କାଲା ପାନି’ ଓ ‘ଚଲ୍‌ତୀ କା ନାମ ଗାଡି’ ପରି ସୁପରହିଟ୍‌ ଫିଲ୍ମ କରିଥିଲେ।

୮. ୧୯୬୨ରେ ହୋଇଥିବା ଫିଲ୍ମ ‘ହାଫ୍‌ ଟିକଟ୍‌’ରେ ମଧୁବାଲା କିଶୋର କୁମାରଙ୍କ ସହିତ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସଫଳ ହୋଇଥିଲା ସତ କିନ୍ତୁ ମଧୁବାଲା କିଶୋର କୁମାର ପ୍ରେମରେ ପଡ଼ି ଯାଇଥିଲେ। ଏହାପରେ ସେ ତାଙ୍କୁ ବିବାହ କରିଥିଲେ।

୯. କିନ୍ତୁ ଏକ ଭୟାନକ ରୋଗରେ ପୀଡ଼ିତ ଥିବା ଯୋଗୁ ଚିକିତ୍ସା ପାଇଁ ମଧୁବାଲା ଲଣ୍ଡନ ଯାଇଥିଲେ। ସେଠାରେ ଯାଞ୍ଚ ପରେ ଜଣାପଡ଼ିଥିଲା ମଧୁବାଲାଙ୍କର ହୃଦୟରେ ଏକ ଛୋଟ ଛିଦ୍ର ରହିଛି ଏବଂ ସେଥିପାଇଁ ତାଙ୍କ ଶରୀରରେ ରକ୍ତର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି ମଧୁବାଲାଙ୍କର ଆୟୁଷ ମାତ୍ର ଦୁଇ ବର୍ଷ ବୋଲି ଡାକ୍ତର କହିଥିଲେ।୧୦. ଏହାପରେ ମଧୁବାଲା ଅଭିନୟ ଛାଡ଼ି ଫିଲ୍ମ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ୧୯୬୯ରେ ମଧୁବାଲା ‘ଫର୍ଜ’ ଓ ‘ଇସ୍କ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ସେହି ବର୍ଷ ମଧୁବାଲା ତାଙ୍କର ୩୬ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଠିକ୍‌ ୮ ଦିନ ପରେ ୨୩ ଫେବୃଆରୀ ୧୯୬୯ ମସିହାରେ ‘ସୌନ୍ଦର୍ଯ୍ୟର ଦେବୀ’ ଏହି ଦୁନିଆକୁ ଛାଡ଼ି ଚାଲି ଯାଇଥିଲେ।madhubala

୧୧. ତାଙ୍କର ପୂରା ଜୀବନରେ ମଧୁବାଲା ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଏବଂ ସାରା ସମୟ ହିନ୍ଦୀ ସିନେମା ପାଇଁ ଉତ୍ସର୍ଗ କରିଥିଲେ।



from Odisha Reporter http://bit.ly/2By4esk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages