ମୋଦି ମୋଠାରୁ ଟଙ୍କା ନେବାପାଇଁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦେଉନାହାନ୍ତି କାହିଁକି: ମାଲ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ମୋଦି ମୋଠାରୁ ଟଙ୍କା ନେବାପାଇଁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦେଉନାହାନ୍ତି କାହିଁକି: ମାଲ୍ୟା

ଲଣ୍ଡନ୍‌: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ମୋଦିଙ୍କୁ ଲୋକ ଦେଖାଣିଆ ଭାଷଣବାଜି କରୁଥିବା ଲୋକ କହିବା ସହିତ ସେ ପ୍ରସ୍ତୁତ ଥିବାବେଳେ ତାଙ୍କଠାରୁ ଟଙ୍କା ନେବାକୁ ବ୍ୟାଙ୍କଗୁଡ଼ିକୁ ମୋଦି କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଯେଉଁସବୁ ବ୍ୟାଙ୍କଗୁଡ଼ିକରୁ ସେ ଋଣ ନେଇଥିଲେ ସେସବୁ ଶତ ପ୍ରତିଶତ ଶୁଝିଦେବେ ବୋଲି ମାଲ୍ୟା ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।


ବିଜୟ ମାଲ୍ୟା କିଛି ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ,ଭଳି ଟାର୍ଗେଟ କରିଛନ୍ତି। ମୋଦି ତାଙ୍କର ଲୋକସଭା ଅଭିଭାଷଣରେ କହିଥିଲେ, ଜଣେ ଅଜଣା ବ୍ୟକ୍ତି ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲା। ମାଲ୍ୟା ନିଜ ଆଡ଼ୁ କହିଛନ୍ତି ଯେ ମୋଦି ତାଙ୍କ କଥା ହିଁ କହୁଥିଲେ। ସେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଥିଲେ ଯେ ସେ କୋଲକତା ହାଇକୋର୍ଟଙ୍କ ନିକଟରେ ଏହି ମାମଲାର ସମାଦାନ କରିବାକୁ ଚାହୁଁଛନ୍ତି।

ବର୍ତ୍ତମାନ ଲଣ୍ଡନ୍‌ରେ ଥିବା ବିଜୟ ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା କମ୍ପାନୀ କିଙ୍ଗଫିଶର ନାମରେ ବିଭିନ୍ନ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଅନାଦାୟ ଋଣ ରହିଛି। ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଚଳିତ ମାସରେ ବିଧିବଦ୍ଧ ଭାବରେ ଆବେଦନ କରିସାରିଛି।



from Odisha Reporter http://bit.ly/2TKxUJW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages