ରିଷି ଶୁକ୍ଲା ହେଲେ ସିବିଆଇ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ରିଷି ଶୁକ୍ଲା ହେଲେ ସିବିଆଇ ମୁଖ୍ୟ

ନୂଆଦିଲ୍ଲୀ: ବେଶ୍‌ କିଛି ଦିନର କଳ୍ପନାଜଳ୍ପନା ଏବଂ ୨ ଦିନର ଆଲୋଚନା ତଥା ତର୍କ ବିତର୍କ ପରେ ମଧ୍ୟପ୍ରଦେଶର ପୂର୍ବତନ ପୁଲିସ୍‌ ଡିଜି ରିଷି ଶୁକ୍ଲାଙ୍କୁ ସିବିଆଇ ମୁଖ୍ୟ ପଦରେ ନିଯୁକ୍ତି ଦେବାକୁ ଏନେଇ ଗଠିତ ଉଚ୍ଚସ୍ତରୀୟ କମିଟିରେ ନିଷ୍ପତ୍ତି ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ କମିଟିର ବୈଠକ ହୋଇଥିଲା। ସିଲେକ୍ସନ୍‌ କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ସଦସ୍ୟ ରହିଛନ୍ତି।

ସିବିଆଇ ମୁଖ୍ୟ ପଦ ପାଇଁ ଦୌଡ଼ରେ ୩୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଥିଲେ ମଧ୍ୟ ସମସ୍ତଙ୍କଠାରୁ ଆଗରେ ଥିଲେ ମଧ୍ୟପ୍ରଦେଶର ବରିଷ୍ଠ ଆଇପିଏସ୍‌ ଆର୍‌କେ ଶୁକ୍ଳା। ଶ୍ରୀ ଶୁକ୍ଳା ୧୯୮୩ ମଧ୍ୟପ୍ରଦେଶ ବ୍ୟାଚ୍‌ ଆଇପିଏସ୍‌ କ୍ୟାଡର। ସେ ୨୦୧୬ ଜୁଲାଇ ୧ରେ ମଧ୍ୟପ୍ରଦେଶର ପୁଲିସ୍‌ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ।

ତାଙ୍କ କାର୍ଯ୍ୟ ଦକ୍ଷତା ଓ ବରିଷ୍ଠତା ଦୃଷ୍ଟିରୁ ସେ ଅନ୍ୟମାନଙ୍କ ଠାରୁ ଆଗରେ ଥିଲେ। ଶ୍ରୀ ଶୁକ୍ଳାଙ୍କ ବ୍ୟତୀତ ସିଆରପିଏଫ୍‌ ଡିଜି ଆର୍‌ଆର୍‌ ଭଟ୍ଟନାଗର, ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର(୧୯୮୪ ବ୍ୟାଚ୍‌), ଉତ୍ତର ପ୍ରଦେଶ କ୍ୟାଡରର ଜାଭେଦ ଅହମ୍ମଦ ଏବଂ ଡିଜି(ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ) ଏପି ମାହେଶ୍ୱରୀ ମଧ୍ୟ ଏହି ଦୌଡ଼ରେ ଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିବିଆଇର ନଂ ୨ ଭାବେ କାର୍ଯ୍ୟ କରୁଥିବା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ଲୁ ଆଇଡ୍‌ ବୟ କୁହାଯାଉଥିବା ରାକେଶ ଆସ୍ଥାନା ମଧ୍ୟ ସିବିଆଇ ମୁଖ୍ୟ ପଦ ଦୌଡ଼ରେ ରହିଥିଲେ। ତେବେ ଏହାକୁ ନେଇ ବିରୋଧୀ ଦଳ ଅସନ୍ତୁଷ୍ଟ ହେବାର ଆଶଙ୍କା ଥିବାରୁ ଏହା ସମ୍ଭବପର ହୋଇନଥିବା କୁହାଯାଉଛି।



from Odisha Reporter http://bit.ly/2S3wq0s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages