
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ତୀବ୍ର ହେବାରେ ଲାଗିଛି। ଆଜି ଭାରତରେ ଅବସ୍ଥାପିତ ପାକ୍ ହାଇକମିଶନର ସୋହାଲି ମହମ୍ମଦଙ୍କୁ ଇସ୍ଲାମାବାଦରୁ ସମନ୍ କରାଯାଇଛି।
ସେ ତୁରନ୍ତ ପାକିସ୍ତାନ ଫେରି ଆସିବାକୁ ଏଥିରେ କୁହାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡ.ମହମ୍ମଦ ଫୈଜଲ ଟ୍ୱିଟ କରି କହିଛନ୍ତି ଯେ “ଆମେ ଭାରତରେ ଅବସ୍ଥାପିତ ଦେଶର ହାଇକମିଶନରଙ୍କୁ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ସମନ କରାଯାଇଛି। ସେ ଆଜି ସକାଳେ ହିଁ ନୂଆଦିଲ୍ଲୀ ଛାଡ଼ିଛନ୍ତି।”
ପୁଲୱାମା ଆତଙ୍କବାଦୀ ହମ୍ଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଭାରତ ସରକାର ପାକ୍ରେ ଅବସ୍ଥିତ ଭାରତୀୟ ହାଇକମିଶନର ଅଜୟ ବିଶାରିୟାଙ୍କୁ ଆଲୋଚନା ପାଇଁ ନୂଆଦିଲ୍ଲୀ ଡାକିଥିଲେ। ଏବେ ପାକିସ୍ତାନ ତା’ର ହାଇକମିଶନରଙ୍କୁ ଇସ୍ଲାମାବାଦ ଡାକିଛି।
from Odisha Reporter https://odishareporter.in/nation/pak-summons-its-high-commissioner-in-india-for-consultation-341576
No comments:
Post a Comment