ପାକିସ୍ତାନ ସୁପର ଲିଗ୍‌ର ପ୍ରସାରଣ ବିଶ୍ୱବ୍ୟାପୀ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପାକିସ୍ତାନ ସୁପର ଲିଗ୍‌ର ପ୍ରସାରଣ ବିଶ୍ୱବ୍ୟାପୀ ବନ୍ଦ

କୋଲକାତା: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ପାକିସ୍ତାନ ହାତ ଥିବା ସ୍ପଷ୍ଟ ହେବା ପରେ ଇସ୍‌ଲାମାବାଦକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିବାରେ ଲାଗିଛି। ପାକିସ୍ତାନର ଘରୋଇ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌)ର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛି।

ରବିବାର ଭାରତରେ ଏହି ମ୍ୟାଚ୍‌ର ପ୍ରସାରଣ କରୁଥିବା ଡି ସ୍ପୋର୍ଟ ପ୍ରଥମେ ଏହା ଉପରେ ରୋକ ଲଗାଇଥିଲା। ଏହାପରେ ପିଏସ୍‌ଏଲ୍‌ର ପ୍ରସାରଣ ଦାୟିତ୍ୱ ନେଇଥିବା ଆଇଏମଜି ରିଲାଏନ୍ସ ଚୁକ୍ତିକୁ ରଦ୍ଦ କରିଦେଇଛି। ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆଇଏମଜି ରିଲାଏନ୍ସ ଏଭଳି ନିଷ୍ପତ୍ତି ନେଇଥିବା କହିଛି।

ଆଇଏମଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଏଇ କିଛି ଦିନ ହେଲା ଭାରତରେ ବହୁତ କିଛି ଘଟଣା ଘଟିଛି। ଆତଙ୍କବାଦୀ ହମ୍‌ଲାରେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଏସ୍‌ଏଲ୍‌ର ପ୍ରସାରଣରୁ ଆଇଏମଜି ରିଲାଏନ୍ସ ତତ୍କାଳ ଭାବେ ଓହରି ଯାଉଛି।”

ଆଇଏମଜି ରିଲାଏନ୍ସ ଏ ସଂକ୍ରାନ୍ତ ଏକ ଇ-ମେଲ ପାକିସ୍ତାନ କ୍ରିକେଟ ବୋର୍ଡର ସଦସ୍ୟ ଶୋଏବ ଶେଖଙ୍କୁ ମଧ୍ୟ ପଠାଇଛି।

ପିଏସ୍‌ଏଲର ପ୍ରସାରଣ ଦାୟିତ୍ୱ ଏକମାତ୍ର ସଂସ୍ଥା ଭାବେ ଆଇଏମଜି ରିଲାଏନ୍ସ ହିଁ ନେଇଥିଲା। ଆଇଏମଜି ରିଲାଏନ୍ସରୁ ବିଶ୍ୱର ବିଭିନ୍ନ ଚ୍ୟାନେଲ ଏହାକୁ ନେଇ ପ୍ରସାରଣ କରୁଥିଲେ। ଏବେ ଆଇଏମଜି ରିଲାଏନ୍ସ ଏଥିରୁ ଓହରି ଯାଇଥିବାରୁ ପିଏସ୍‌ଏଲ୍‌ର ପ୍ରସାରଣ ମଧ୍ୟ ସମଗ୍ର ବିଶ୍ୱରେ ବନ୍ଦ ହୋଇଯାଇଛି।

ପିଏସ୍‌ଏଲ୍‌ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଏହା ଦୁବାଇ ଓ ଶାରଜାରେ ହେଉଛି। ଟୁର୍ଣ୍ଣାମେଣ୍ଟର ଶେଷ ୮ଟି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ। ଏଥିରେ ୬ଟି ଟିମ୍‌ ଭାଗ ନେଇଛନ୍ତି।



from Odisha Reporter https://odishareporter.in/sports/img-reliance-stops-direct-telecast-of-pak-super-league-matches-post-pulwama-341580

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages