ଗୋବରୀରେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୧୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଗୋବରୀରେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୧୫ ଜୀବନ

କେନ୍ଦ୍ରାପଡ଼ା (ମନୋଜ କୁମାର ସ୍ୱାଇଁ): ପୁଣି ଘଟିଛି ଆଉ ଏକ ଡଙ୍ଗାବୁଡ଼ି ଘଟଣା। କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୫ରୁ ଅଧିକ ଯାତ୍ରୀ। ଅନ୍ୟପକ୍ଷେ ୬ଟି ବାଇକ୍‌ ଓ ୪ଟି ସାଇକେଲ୍‌ ବୁଡି ଯାଇଛି। ଆଜି ଏମିତି ଏକ ଅଘଟଣ କେନ୍ଦ୍ରାପଡ଼ା ଜିଲ୍ଲା ଗୋବରୀ ନଦୀରେ ଘଟିଛି।

ଆଜି ମହାକାଳପଡ଼ା ଦେଇ ପ୍ରବାହିତ ହୋଇଥିବା ଗୋବରୀ ନଦୀର ବିଜୟନଗର ଘାଟରୁ ୧୫ରୁ ଅଧିକ ଯାତ୍ରୀ, ୬ଟି ବାଇକ୍‌ ଓ ୪ଟି ସାଇକେଲ୍‌ ଧରି ଏକ ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା। ମାତ୍ର କିଛି ସମୟ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାତ୍ରୀମାନେ ଜୀବନ ବିକଳରେ ଚିତ୍କାର କରିଥିଲେ। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ କୂଳକୁ ଉଦ୍ଧାର କରି ଆଣିଥିଲେ। ମାତ୍ର ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲା ବାଇକ୍‌ ଓ ସାଇକେଲ। ବାରମ୍ୱାର ଡଙ୍ଗା ବୁଡ଼ୁଥିଲେ ବେଳେ ପ୍ରଶାସନର ଚେତା ପଶୁନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।



from Odisha Reporter http://bit.ly/2S6ZmVk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages