
ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଖଣ୍ଡଯୁଦ୍ଧ ହୋଇଯାଇଛି। ଏଥିରେ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଆନ୍ଦୋଳନକାରୀ। ଉତ୍ତେଜନା ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି।
ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ୧୫ ଦଫା ଦାବି ନେଇ ଧାରଣାରେ ବସିଥିଲେ। ସୌମ୍ୟଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ରାଜନୀତିକ ଦଳର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।
ଦୀର୍ଘ ସମୟ ଧରି ଧାରଣା ଚାଲିଥିଲେ ମଧ୍ୟ ଜିଲ୍ଲାପାଳ ଧାରଣାସ୍ଥଳକୁ ଆସିନଥିଲେ। ଏହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଆନ୍ଦୋଳନାକରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ କିଛି ଆନ୍ଦୋଳନକାରୀଙ୍କ ସହ କେତେକ ମହିଳା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ସହ ଧସ୍ତାଧସ୍ତି ବେଳେ ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
from Odisha Reporter http://bit.ly/2D95bXT
No comments:
Post a Comment