ବିରୋଧୀଙ୍କ ସର୍ବଦଳୀୟ ବୈଠକ: ସେନାକୁ ସମର୍ଥନ, ବିଜେପିକୁ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ବିରୋଧୀଙ୍କ ସର୍ବଦଳୀୟ ବୈଠକ: ସେନାକୁ ସମର୍ଥନ, ବିଜେପିକୁ ସମାଲୋଚନା

ନୂଆଦିଲ୍ଲୀ: ଭାରତର ଏୟାର ଷ୍ଟ୍ରାଇକ୍‌, ପୁଲୱାମା ହମ୍‌ଲା ଓ ବର୍ତ୍ତମାନର ସ୍ଥିତିକୁ ନେଇ ଆଜି ସଂସଦ ଭବନରେ ଦେଶର ୨୧ଟି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଥିଲା। ଏଥିରେ ଏକ ସଂକଳ୍ପ ପାରିତ କରି ସେମାନେ ପୁଲୱାମା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି।

ଏଥିସହ ବାୟୁସେନା ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ମଧ୍ୟ ସମସ୍ତେ ପ୍ରଶଂସା କରିଛନ୍ତି। ତେବେ ବୀର ଯବାନଙ୍କ ବଳିଦାନକୁ ନେଇ ବିଜେପିର ନେତାମାନେ ଯେଉଁ ରାଜନୀତି କରୁଛନ୍ତି, ତା’କୁ ସବୁ ବିରୋଧୀ ଦଳଗୁଡ଼ିକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ବୈଠକରେ ପାରିତ ସଂକଳ୍ପ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, “ ପାକ୍‌ ପ୍ରାୟୋଜିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ କରିଥିବା ପୁଲୱାମା ଆକ୍ରମଣକୁ ଆମେ ସମସ୍ତେ ନିନ୍ଦା କରୁଛୁ। ସେହିପରି ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ଯେଉଁଭଳି ଭାବେ ଏୟାର ଷ୍ଟ୍ରାଇକ୍‌ କରିଛି, ତାକୁ ମଧ୍ୟ ଆମେ ପ୍ରଶଂସା କରୁଛୁ।

ତେବେ ଯବାନଙ୍କ ବଳିଦାନକୁ ନେଇ ବିଜେପି ଯେଉଁ ରାଜନୀତି କରୁଛି, ତାକୁ ସମସ୍ତ ୨୧ ଦଳ ତୀବ୍ର ନିନ୍ଦା କରିଛନ୍ତି। ଜାତୀୟ ସୁରକ୍ଷା ସର୍ବଦା ରାଜନୀତିଠାରୁ ଦୂରରେ ରହିବା ଦରକାର। ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀ ଏଭଳି ସ୍ଥିତିରେ ସର୍ବଦଳୀୟ ବୈଠକ ଡାକିବା କଥା। କିନ୍ତୁ ପ୍ରଧାନମନ୍ତ୍ରୀ ସେପରି କିଛି ନ କରିବା ଆଦୌ ଗ୍ରହଣୀୟ ନୁହେଁ। ତଥାପି ଆମେ ସରକାରଙ୍କ ସହ ରହିଛୁ ଏବଂ ପାକିସ୍ତାନ ଆତଙ୍କବାଦର ମୂଳପୋଛ କରିବାକୁ ପ୍ରୟାସ କରୁଛୁ।”



from Odisha Reporter https://ift.tt/2Vp0HE9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages