ପାକ୍‌କୁ ନାକେଦମ୍‌ ପାଇଁ ବାୟୁସେନା ନେଇଥିଲା ଘଣ୍ଟାଏ ସମୟ: ୬୫ ଯୁଦ୍ଧର ହିରୋ ମାର୍ଶଲ୍ ଅର୍ଜନ ସିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ପାକ୍‌କୁ ନାକେଦମ୍‌ ପାଇଁ ବାୟୁସେନା ନେଇଥିଲା ଘଣ୍ଟାଏ ସମୟ: ୬୫ ଯୁଦ୍ଧର ହିରୋ ମାର୍ଶଲ୍ ଅର୍ଜନ ସିଂ

ନୂଆଦିଲ୍ଲୀ: ପୁଲୱାମା ପ୍ରତିଶୋଧ ବାଲାକୋଟ୍‌ରେ। ୨୬ ଫେବୃଆରୀରେ ଭାରତୀୟ ବାୟୁ ସେନା ପାକିସ୍ତାନକୁ ପୁଲଓ୍ଵାମା ଆକ୍ରମଣର ମୁହଁତୋଡ଼ ଜବାବ୍‌ ଦେଇଛି। ଗତକାଲି ଭାରତୀୟ ବାୟୁ ସେନା ପିଓକେରେ ପ୍ରବେଶ କରି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୧୨ଟି ଶିବିରକୁ ଧ୍ୱଂସ କରିଥିବା ଜଣାଯାଇଛି। କେବଳ ସେତିକି ନୁହଁ ଏହି ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନକୁ କଡ଼ା ଜବାବ ଦେଇଥିବା ଭାରତୀୟ ବାୟୁସେନା ପୁଣି ଥରେ ତା’ର ପରାକ୍ରମକୁ ପ୍ରମାଣିତ କରିଛି। କାରଣ ପାକିସ୍ତାନକୁ ପାନେ ଦେବା ପାଇଁ ଭାରତୀୟ ବାୟୁ ସେନାର ଏହି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ଏହା ପୂର୍ବରୁ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂଙ୍କ ନେତୃତ୍ୱରେ ମଧ୍ୟ ପାକିସ୍ତାନକୁ ଧୂଳି ଚଟାଥିଲା ଭାରତ। ୧୯୬୫ ଭାରତ-ପାକ୍ ଯୁଦ୍ଧର ହିରୋ ଥିଲେ ଅର୍ଜନ ସିଂହ। ୧ ଅଗଷ୍ଟ ୧୯୬୪ରେ  ଅର୍ଜନ ସିଂହ ଏୟାର ମାର୍ଶଲ ପଦବି ସହ ଏୟାର ଷ୍ଟାଫ୍‌ ମୁଖ୍ୟ ହୋଇଥିଲେ।

୧୯୬୫ରେ ପାକିସ୍ତାନ ଭାରତ ବିପକ୍ଷରେ ଅପରେଶନ୍ ‘ଗ୍ରାଣ୍ଡ ସ୍ଲାମ’ ଘୋଷଣା କରିଥିଲା। ପାକିସ୍ତାନ ଟ୍ୟାଙ୍କ ଜମ୍ମୁ କଶ୍ମୀରିର ଅଖନୁର ସହର ଉପରେ ନିଶାନା କରିଥିଲା। ଏହି ସମୟରେ ଏୟାର ଚିଫ୍‌ ଅର୍ଜନ ସିଂହଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏମିତି ଏକ ସଙ୍କଟ ସମୟରେ ସାହସ ବାନ୍ଧି ବାୟୁସେନାର ନେତୃତ୍ୱ ନେଇଥିଲେ ସେ ଏବଂ ପାକିସ୍ତାନର ହାଲ ବେହାଲ କରିଦେଇଥିଲେ। ଏହି ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ ଅର୍ଜନ ସିଂହ। ୧୯୧୯ ମସିହାରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ଅର୍ଜନ ମାତ୍ର ୧୯ ବର୍ଷ ବୟସରେ ପାଇଲଟ୍ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ୧୯୪୪ରେ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ବ୍ରିଟିଶ-ଇଣ୍ଡିଆନ୍ ସେନାର ପାଇଲଟ୍ ଅଫିସର ଭାବରେ ଜାପାନୀ ସେନା ବିରୋଧରେ ଲଢ଼େଇ କରିଥିଲେ ସେ।

ଏହି ସମୟରେ ତାଙ୍କର ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ ଯୋଗୁ ଲର୍ଡ ମାଉଣ୍ଟ ବ୍ୟାଟେନ୍ ନିଜେ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ସେସମୟରେ ତାଙ୍କୁ ଫ୍ଲାଇଂ କ୍ରସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମାତ୍ର ୪୪ ବର୍ଷ ବୟସରେ ସେ ଭାରତୀୟ ବାୟୁସେନାର ମୁଖ୍ୟଭାବେ ନିଯୁକ୍ତି ପାଇଥିଲେ। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସେଥିରେ ହିରୋ ପାଲଟିଯାଇଥିଲେ ଅର୍ଜନ। ଘମାଘୋଟ ଲଢ଼େଇ ଭିତରେ ପଠାନକୋଟ୍ ଏବଂ ୱାଘା ବୋର୍ଡର ଅଞ୍ଚଳରେ ଅତର୍କିତ ଆକ୍ରମଣ କରି ପାକ୍ ସେନାକୁ ଧୂଳି ଚଟାଇଥିଲେ ସେ। ସବୁଠୁ ବଡ଼ କଥା ହେଉଛି ମାତ୍ର ୧ ଘଣ୍ଟାରେ ପାକିସ୍ତାନ ଦମ୍‌ ଭାଙ୍ଗିଦେଇଥିଲା ବାୟୁ ସେନା।  

୧୯୭୦ରେ ବାୟୁସେନାରୁ ଅବସର ନେଇଥିବା ଅର୍ଜନ ସିଂଙ୍କୁ ୨୦୦୨ରେ ମାର୍ଶଲ ରାଙ୍କ ଦିଆଯାଇଥିଲା। ଏହାସହ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନୀତ କରାଯାଇଥିଲା। ଅବସର ପରେ ସ୍ୱିଜରଲାଣ୍ଡ ଓ କେନିୟାରେ ଭାରତର ହାଇକମିଶନର୍ ଥିଲେ ଅର୍ଜନ। ୧୯୮୯ରେ ସେ ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୦୨ରେ ବାୟୁସେନାର ସବୁଠୁ ବରିଷ୍ଠ ତଥା ଫାଇଭ୍ ଷ୍ଟାର ରାଙ୍କକୁ ପଦୋନ୍ନତି ପାଇଥିଲେ ସେ।  ୨୦୧୭ ସେପ୍ଟେମ୍ବର ୧୬ରେ ୯୮ ବର୍ଷରେ ତାଙ୍କର ପରଲୋକ ହୋଇଥିଲା।



from Odisha Reporter https://ift.tt/2EAG7Li

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages