
ଇସ୍ଲାମାବାଦ: କ୍ରିକେଟ୍କୁ ଅଲବିଦା କହି ଭାଷ୍ୟକାର ସାଜିଥିବା ପାକିସ୍ତାନର ସୋଏବ ଅଖତର ପୁଣିଥରେ କ୍ରିକେଟ ମଇଦାନକୁ ଓହ୍ଲାଇବେ। ଆସନ୍ତା ୧୪ ତାରିଖରେ କ୍ରିକେଟ୍ ଫ୍ୟାନ୍ମାନେ ତାଙ୍କୁ ବୋଲିଂ କରୁଥିବା ଦେଖିବାକୁ ପାଇବେ ବୋଲି ସୋଏବ ଏକ ଭିଡିଓ ବାର୍ତ୍ତାରେ ସଙ୍କେତ ଦେଇଛି।
ସୋଏବ ଜାରି କରିଥିବା ଏକ ଭିଡିଓରେ କହିଛନ୍ତି, “ବର୍ତ୍ତମାନର ଛୋଟ ପିଲା(କ୍ରିକେଟ୍ର) ଭାବୁଛନ୍ତି ସେମାନେ କ୍ରିକେଟ ବିଷୟରେ ଅଧିକ ଜାଣିଛନ୍ତି। ଏଥିସହ ସେମାନେ ମୋ ବୋଲିଂ ସ୍ପିଡ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କଥା ମଧ୍ୟ କହୁଛନ୍ତି। ତେଣୁ ପିଲାମାନେ ମୁଁ ପୁଣିଥରେ ପଡ଼ିଆକୁ ଓହ୍ଲାଉଛି। ମୁଁ ଏହି ସମୟରେ ତୁମ ମାନଙ୍କୁ ସ୍ପିଡ୍ କ’ଣ ଦେଖାଇବି। ୧୪ ଫେବୃଆରୀକୁ କ୍ୟାଲେଣ୍ଡରରେ ମାର୍କ କରି ରଖନ୍ତୁ। ମୁଁ ସେହି ଦିନ ଲିଗ୍ ମ୍ୟାଚ୍ ଖେଳିବାକୁ ଆସୁଛି। ପ୍ରକୃତରେ ସ୍ପିଡ୍ ବୋଲିଂ କ’ଣ ବର୍ତ୍ତମାନର ପିଲାମାନେ ଜାଣିବା ଦରକାର।”
ଫେବୃଆରୀ ୧୪ରୁ ପାକିସ୍ତାନ ସୁପର ଲିଗ୍ର ୪ର୍ଥ ସଂସ୍କରଣ ଆରମ୍ଭ ହେବ। ତେଣୁ ଏଥିରେ ଭାଗ ନେଇଥିବା ୬ ଟିମ୍ରୁ ସୋଏବ କେଉଁ ଗୋଟିଏ ଦଳରେ ସାମିଲ ହେବେ ବୋଲି କୁହାଯାଉଛି।
ସୋଏବଙ୍କ ଏହି ଭିଡିଓ ମେସେଜ ଉପରେ ୱାସାମି ଆକ୍ରମ ଓ ସୋଏବ ମାଲିକ ପ୍ରତିକ୍ରିୟା ଦେଇଛନ୍ତି।
ୱାସିମ କହିଛନ୍ତି, “ ସୋଏବ କ’ଣ ଏମିତି ପ୍ରକୃତରେ ଘଟିବାକୁ ଯାଉଛି? ତୁମେ କ’ଣ ସତରେ ପଡ଼ିଆକୁ ଓହ୍ଲାବ? ବର୍ତ୍ତମାନର ପିଲାମାନେ ତୁମ ଦ୍ରୁତ ବୋଲିଂର ବ୍ୟବହାର କିଛିଟା ଅଂଶରେ କରିପାରିବେ।’’
ମାଲିକ କହିଛନ୍ତି, “ ସମୟ କୁହନ୍ତୁ ସୋଏବ ଭାଇ। ଦ୍ରୁତ ବୋଲିଂ କ’ଣ ଆମ ସମସ୍ତଙ୍କୁ ଆପଣ ଦେଖାନ୍ତୁ। ଆମର କିମ୍ବଦନ୍ତୀ କ୍ରିକେଟର କେବେ ପଡ଼ିଆକୁ ଓହ୍ଲାଇବେ, ତାକୁ ଅପେକ୍ଷା କରିପାରୁ ନାହୁଁ।”
Hello 14th February is the date, mark your calendars guys. Main bhi araha hun iss baar league khelnay.. Aakhir inn bachon ko bhi pata chalay kay tezi hoti kia hai! #shoaibisback #Pakistan pic.twitter.com/AbVDo7BPUB
— Shoaib Akhtar (@shoaib100mph) February 11, 2019
from Odisha Reporter http://bit.ly/2TMOHMh
No comments:
Post a Comment