
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ଯଦୁପୁର ଗାଁରୁ ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାହାର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୨ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଯଦୁପୁର ଗାଁରେ ଚଢ଼ଉ କରି ଏହି ମୂର୍ତ୍ତି ଦୁଇଟିକୁ ଜବତ କରିଛି। ମୂର୍ତ୍ତି ଚୋରି ଅଭିଯୋଗରେ ସୟଦ ଜିଲନୁର ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଜବତ ଦୁଇ ମୂର୍ତ୍ତି ମଧ୍ୟରୁ ଗୋଟିଏର ଓଜନ ୧୮.୪୪ କେଜି ହୋଇଥିବା ବେଳେ ଅନ୍ୟଟି ୧୨.୬ କେଜି।
ମୂର୍ତ୍ତି ଚୋରି ଘଟଣାକୁ ନେଇ ଏସ୍ଟିଏଫ୍ ଖୋଳତାଡ଼ ଆରମ୍ଭ କରିଦେଇଛି। ଜିଲନୁର ଓ ତା’ ସହଯୋଗୀମାନେ ବିଭିନ୍ନ ମନ୍ଦିରରୁ ଏମିତି ମୂର୍ତ୍ତି ଚୋରି କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।
ତେବେ ଏପରି ମୂର୍ତ୍ତି ଚୋରି ପଛରେ ରାକେଟ୍ କାମ କରୁଥିବା ସନ୍ଦେହ କରୁଛି ଏସ୍ଟିଏଫ୍। ଜିଲନୁର ଓ ତା’ ସହଯୋଗୀମାନେ କେଉଁ ଅଞ୍ଚଳରୁ ଓ କେତେ ମୂର୍ତ୍ତି ପୂର୍ବରୁ ଚୋରି କରିଛନ୍ତି ? ଏସବୁ ଚୋରି ମୂର୍ତ୍ତି ସେମାନେ କାହକୁ ବିକିଛନ୍ତି ? ଆନ୍ତର୍ଜାତୀୟ ମୂର୍ତ୍ତି ଚୋରି ରାକେଟ୍ ସହ ଏମାନଙ୍କ ସିଧାସଳଖ ସମ୍ପର୍କ ଅଛି କି ଅନ୍ୟ କେହି ମଧ୍ୟସ୍ଥି ରହିଛି ? ଆଦି ଦିଗ ଉପରେ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରିଦେଇଛି।
from Odisha Reporter http://bit.ly/2Gn3bQ7
No comments:
Post a Comment