
କେନ୍ଦୁଝର(ପ୍ରଣୟ ପାଣି): ମଦ ପିଇବା ପାଇଁ ବାପାଙ୍କୁ ୫ଶହ ଟଙ୍କା ମାଗିଲା। ହେଲେ ବାପା ଦେବାକୁ ମନା କଲେ। ଏତିକିରେ ରାଗିଯାଇ ପୁଅ ବାପାକୁ ଜିଅନ୍ତା ଜାଳିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ବୀରବରପୁର ଗାଁରେ।
ସୂଚନାଅନୁସାରେ, ମଙ୍ଗଳବାର ରାତିରେ ଗାଁର ସୁରେନ୍ଦ୍ର ବେହେରା (୨୮) ତାଙ୍କ ବାପା ରବୀନ୍ଦ୍ରନାଥ ବେହେରା (୬୫)ଙ୍କୁ ମଦ ପିଇବା ପାଇଁ ୫୦୦ ଟଙ୍କା ମାଗିଥିଲା। ରବୀନ୍ଦ୍ର ଟଙ୍କା ନଦେବାରୁ ସୁରେନ୍ଦ୍ର ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା।
ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସି ନିଆଁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
from Odisha Reporter http://bit.ly/2RL3FjW
No comments:
Post a Comment