
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଦେଶର ୬ଟି ସ୍ଥାନକୁ ସ୍ପାଇସ ଜେଟ୍ର ଉଡ଼ାଣ କରିବ। ଏଥିପାଇଁ ଆଜିଠାରୁ ୱେବସାଇଟ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ପାଇସ ଜେଟ୍ର ଚେୟାରମ୍ୟାନ ଅଜୟ ସିଂ।
ସ୍ପାଇସ୍ ଜେଟ୍ ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ରାୟପୁର ଓ ଭୁବନେଶ୍ୱରକୁ ଉଡ଼ାଣ କରିବ। ଏହି ଖବର ପ୍ରଚାର ହେବା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।
ଗତ ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏହି ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଘୋଷଣା କରିଥିଲେ। ଏହାସତ୍ତ୍ୱେ ବିଧିବଦ୍ଧ ଭାବେ ବିମାନବନ୍ଦର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହୋଇ ନ ଥିଲା। ବିଭିନ୍ନ ମହଲରେ ଦାବି ପରେ କେନ୍ଦ୍ର ସରକାର ବିମାନବନ୍ଦର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିଲେ।
from Odisha Reporter https://ift.tt/2EB0TdZ
No comments:
Post a Comment