ତିନି ଜଣଙ୍କୁ ମାରି ଗାଏବ କରିଦେଲେ ଶବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ତିନି ଜଣଙ୍କୁ ମାରି ଗାଏବ କରିଦେଲେ ଶବ!

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଉକମ୍ୱାଗୁଡ଼ା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଗତ ୨୩ ତାରିଖ ରାତିରୁ ଘଟିଛି। ଘଟଣାକୁ ତିନିଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଶବ ଜବତ ହୋଇପାରିନାହିଁ। ଆଜି ମୃତକଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।

ପୁଲିସ୍‌ ସୂଚନା ଅନୁସାରେ, ଉକମ୍ୱାଗୁଡା ଗାଁର ସବିତା ଶବର ଅଭିଯୋଗ କରିଛନ୍ତି, ଗାଁର ୫ ଜଣ ବ୍ୟକ୍ତି ତାଙ୍କ ବାପା ଗୋପାଳ ଶବର (୪୫), ମାଆ ଲକ୍ଷ୍ମୀ ଶବର (୪୦) ଏବଂ ଗାଁର ଅନ୍ୟ ଜଣେ ବୃଦ୍ଧା ଜାଙ୍କିଲି ଶବର (୭୦)ଙ୍କୁ ପିଟିପିଟି ହତ୍ୟା କରିଛନ୍ତି।

ସବିତା କହିଛନ୍ତି, “ଗତ ୨୩ ତାରିଖ ରାତିରେ ବାପା, ମାଆ ଓ ସାନ ଭାଇ (୧୧ ବର୍ଷ) ଘରେ ଥିବା ବେଳେ ଗାଁର ୫ ଜଣ ବ୍ୟକ୍ତି ଆସି ପ୍ରଥମେ ମାଆ ଏବଂ ପରେ ବାପାଙ୍କୁ ଘରୁ ଟାଣି ନେଇ ଏକ ବ୍ୟାଟ୍‌ରେ ପ୍ରବଳ ମାଡ଼ ମାରି ଥିଲେ। ଏହାପରେ ଜାଙ୍କିଲିଙ୍କୁ ମଧ୍ୟ ଘରୁ ଟାଣି ଆଣି ମାଡ଼ ମାରିଥିଲେ। ପରେ ସେମାନଙ୍କୁ କୌଣସି ସ୍ଥାନକୁ ନେଇ ଯାଇଥିଲେ। ସେବେଠାରୁ ସେମାନଙ୍କ ସମ୍ପର୍କରେ କିଛି ଜଣାପଡ଼ୁନାହିଁ।”

ସେ ଆହୁରି କହିଛନ୍ତି, “ମୁଁ ଭୁବନେଶ୍ୱରରେ ରହି ଏଏନ୍‌ଏମ୍‌ ଟ୍ରେନିଂ ନେଉଛି। ଦାଦାଙ୍କ ଫୋନ୍‌ରୁ ସାନ ଭାଇ ଫୋନ୍‌ କରି ଘଟଣା ସମ୍ପର୍କରେ କହିବା ପରେ ଘରକୁ ଆସିଛି। ଏହି ଘଟଣା ଘଟିବା ବେଳେ ସାନ ଭାଇ ଘରେ ଥିଲା ଓ ସେ ସବୁ ଦେଖିଛି। ଗାଁ ଲୋକ ଛିଡ଼ା ହୋଇ ସବୁ ଦେଖୁଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇ ନଥିଲେ। ଭୟରେ ସେ ଏହାର ପ୍ରତିବାଦ କରିପାରି ନଥିଲା। ଗାଁରେ ପହଞ୍ଚିବା ପରେ ପଡ଼ୋଶୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କେହି କିଛି କହି ନଥିଲେ। ଶେଷରେ ଥାନାରେ ଅଭିଯୋଗ କରିଛି।”

ଗୁଣିଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କିଛିଦିନ ପୂର୍ବରୁ ଗାଁରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମୃତ୍ୟୁ ପାଇଁ ଅଭିଯୁକ୍ତମାନେ ଗୋପାଳ, ଲକ୍ଷ୍ମୀ ଏବଂ ଜାଙ୍କିଲି ଦାୟୀ ବୋଲି ଭାବୁଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଡଗ୍‌ ସ୍କ୍ୱାଡ ସହ ପୁଲିସ୍‌ ତଦନ୍ତ କରିଥିଲା। ହେଲେ ପୁଲିସ୍‌ ହାତରେ ସେମିତି କିଛି ସୂଚନା ଲାଗି ନଥିବା ଜଣାପଡ଼ିଛି। ଗାଁରେ ଏକ ପ୍ରକାର ଭୟର ବାତାବରଣ ରହିଛି। ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ତେବେ ଏ ନେଇ ଏବେ କିଛି ପ୍ରତିକ୍ରିୟା ଦେବାକୁ ପୁଲିସ୍‌ ମନା କରିଦେଇଛି।

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ତ୍ରିପୁଲ୍‌ ମର୍ଡର ନୂଆ ଘଟଣା ନୁହେଁ। ପୂର୍ବରୁ ପୁଟାସିଂ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। କିତୁଙ୍ଗ ଗାଁରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୨୦୧୮ ଏପ୍ରିଲ ୧୩ ତାରିଖରେ ଏଡିଜେ କୋର୍ଟ ୯ ଜଣଙ୍କୁ ଫ।ଶି ଦଣ୍ଡାଦେଶ ଶୁଣାଇଥିଲେ।



from Odisha Reporter https://ift.tt/2GPBvDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages