
ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ୍ ଆଇପିଏଲ୍ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହାର ପୂରା କାର୍ଯ୍ୟସୂଚୀ ଏଯାଏ ପ୍ରକାଶ ପାଇନାହିଁ। ଏ ମାସ ମଧ୍ୟ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶ ପାଇବାର ସମ୍ଭାବନା କ୍ଷୀଣ। କାରଣ ଦେଶରେ ସାଧାରଣ ନିର୍ବାଚନର ତାରିଖ ପ୍ରକାଶ ପାଇବା ପରେ ହିଁ ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ। ଆଜି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏକଥା ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ଆଇପିଏଲ୍ର ସବୁ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାର ରହିଛି। ତେଣୁ ନିର୍ବାଚନ ଓ ମ୍ୟାଚ୍କୁ ଏକାଠି ପରିଚାଳନା ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବା ଦରକାର। ତେଣୁ ନିର୍ବାଚନ କେବେ ଓ କେଉଁଠି ହେବ, ତାହା ଜଣାପଡ଼ିବା ପରେ ତଦ୍ନୁଯାୟୀ ଆଇପିଏଲ୍ର କାର୍ଯ୍ୟସୂଚୀ ବା ଭେନ୍ୟୁ ନିର୍ଦ୍ଧାରଣ ହେବ।
ସାଧାରଣ ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଆଇପିଏଲ୍ର କାର୍ଯ୍ୟସୂଚୀ ଘୋଷଣା କରିବା ଅସମ୍ଭବ। ନିର୍ବାଚନ କମିଶନ ବିଭନ୍ନ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବେ। ତେଣୁ ଯେଉଁ ଅଞ୍ଚଳରେ ନିର୍ବାଚନ ନଥିବ ଆମେ ସେହି ଅଞ୍ଚଳରେ ସମୟକୁ ଦେଖି ମ୍ୟାଚ୍ ଆୟୋଜନ କରିବୁ।
ଏପରି ହେଲେ ଖେଳାଳିଙ୍କୁ ଉପଯୁକ୍ତ ସୁରକ୍ଷା ମଧ୍ୟ ମିଳିପାରିବ। ତେଣୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ହିଁ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2Ia2JX4
No comments:
Post a Comment