‘ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

‘ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ’

ChitFund-Protests_PTI1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଜଷ୍ଟିସ ଏମ୍‌. ଏମ୍‌ ଦାସ। ରାଜ୍ୟ ସରକାରଙ୍କୁ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ସୂଚନା ଦେଇଛନ୍ତି।
 
ଷଷ୍ଠ ଅନ୍ତରୀଣ ରିପୋର୍ଟରେ ୧ ଲକ୍ଷ ୪୩ ହଜାର ୪୬୩ ଜମାକାରୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ୍‌ ୩ ଲକ୍ଷ ୬୧ ହଜାର ୮୧୭ ଜମାକାରୀ ଚିହ୍ନଟ ହୋଇଥିବା କମିଶନ ଦର୍ଶାଇଛନ୍ତି।
କମିଶନ କହିଛନ୍ତି, ପରେ ଆଉ ୬ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିବାରୁ ଏହାର ଡିଜିଟାଇଜେସନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଇଜେସନ୍‌ ପରେ ବାକି ଜମାକାରୀ ଚିହ୍ନଟ ହେବେ। କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବା ପରେ ବଡ଼ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି କମିଶନ କହିଛନ୍ତି।


from Odisha Reporter http://bit.ly/2TK3APp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages