ଆଜି ସରସ୍ୱତୀ ପୂଜା, ଜାଣନ୍ତୁ କେମିତି ପ୍ରସନ୍ନ ହେବେ ବାଗ୍‌ବାଦିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଆଜି ସରସ୍ୱତୀ ପୂଜା, ଜାଣନ୍ତୁ କେମିତି ପ୍ରସନ୍ନ ହେବେ ବାଗ୍‌ବାଦିନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ। ଧାର୍ମିକ ଗ୍ରନ୍ଥରେ ମାନ୍ୟତା ରହିଛି ଯେ, ଏହି ଦିନ ଶବ୍ଦ ଶକ୍ତି ମଣିଷ ଜୀବନରେ ପ୍ରବେଶ କରିଥିଲା। ପୁରାଣ ଅନୁସାରେ ଏହି ସୃଷ୍ଟିକୁ ବାଣୀ ଦେବା ପାଇଁ ଭଗବାନ ବ୍ରହ୍ମା କମଣ୍ଡଳୁରୁ ଜଳ ନେଇ ଚାରି ଦିଗରେ ଛିଞ୍ଚିଥିଲେ। ଏହି ଜଳରୁ ହାତରେ ବୀଣା ଧରି ଯେଉଁ ଶକ୍ତି ପ୍ରକଟ ହୋଇଥିଲେ, ସେ ଥିଲେ ମା’ ବାଗୀଶା ସରସ୍ୱତୀ।

ସରସ୍ୱତୀ ବୀଣା ବଜାଇବା ଦ୍ୱାରା ତିନିଲୋକରେ ଶକ୍ତିର ସଞ୍ଚାର ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦ ରୂପରେ ବାଣୀ ମିଳିଥିଲା। ଏହି ଦିନକୁ ବସନ୍ତ ପଞ୍ଚମୀ ବା ମା’ ସରସ୍ୱତୀଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଇଥାଏ।

ଏହିଦିନ କୌଣସି ଶୁଭକାର୍ଯ୍ୟ କରିବାକୁ ହେଲେ କୌଣସି ବେଳା ନକ୍ଷତ୍ର ଦେଖିବାକୁ ପଡେନାହିଁ। ଏହି ଦିନଟି ହିଁ ପବିତ୍ର। ଶ୍ରୀମନ୍ଦିରରେ ମଧ୍ୟ ଏହିଦିନ ରଥ ଅନୂକୁଳ ପାଇଁ ସ୍ୱତନ୍ତ୍ର ପୂଜା କରାଯାଇଥାଏ। ମହାପ୍ରଭୁ ଦୀର୍ଘଦିନ ଧରି ଶୀତରୁ ରକ୍ଷା ପାଇବାକୁ ପରିଧାନ କରିଥିବା ଘୋଡ ବସ୍ତ୍ର ଏହି ଦିନରୁ ପରିତ୍ୟାଗ କରନ୍ତି। ସମାପନ ହୋଇଥାଏ ଘୋଡଲାଗି।

ଶାସ୍ତ୍ର ଅନୁସାରେ, ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କଲେ ବାଗ୍‌ବାଦୀନି ପ୍ରସନ୍ନ ହୋଇଥାନ୍ତି। ବସନ୍ତ ପଞ୍ଚମୀ ଦିନ ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍‌ ଏବଂ ସରସ୍ୱତୀଙ୍କୁ ହଳଦୀ ଓ ଧଳା ରଙ୍ଗର ଫୁଲ ଓ ବସ୍ତ୍ରରେ ସଜେଇ ପୂଜା କରିବା ଉଚିତ୍‌।

ତେବେ ଆସନ୍ତୁ ଜାଣିବା ସରସ୍ୱତୀ ପୂଜାର ନିୟମ ଓ ବିଧି ସମ୍ପର୍କରେ।

ପୂଜାର ଶୁଭ ମୂହୁର୍ତ୍ତ: ଯଦି ଆପଣ ଘରେ ସରସ୍ୱତୀଙ୍କର ପୂଜା କରିବାକୁ ଚାହୁଁଛନ୍ତି, ତେବେ ପୂଜାର ଶୁଭ ମୂହୁର୍ତ୍ତ ହେଉଛି, ସକାଳ ୭ଟା ୧୫ରୁ ଦ୍ୱିପ୍ରହର ୧୨ଟା ୪୫ ମିନିଟ୍‌ ।
ପୂଜା ବିଧି:
୧. ପ୍ରାତଃ କାଳରେ ସ୍ନାନ କରି ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
୨. ମା’ ସରସ୍ୱତୀଙ୍କର ମୂର୍ତ୍ତି କିମ୍ୱା ଚିତ୍ର ଉତ୍ତର-ପୂର୍ବ ଦିଗରେ ସ୍ଥାପନ କରନ୍ତୁ।
୩. ମା’ଙ୍କୁ ଧଳା ଓ ହଳଦୀ ରଙ୍ଗର ଫୁଲ, ଚନ୍ଦନ ଅର୍ପଣ କରନ୍ତୁ।
୪. ଓଁ ସରସ୍ୱତ୍ୟୈ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
୫. ମା’ ସରସ୍ୱତୀଙ୍କର ଆଳତୀ କରନ୍ତୁ । ପଞ୍ଚାମୃତ ପ୍ରସ୍ତୁତ କରି ମା’ଙ୍କୁ ଭୋଗ ଲଗାନ୍ତୁ।
ସରସ୍ୱତୀଙ୍କୁ କିପରି କରିବେ ପ୍ରସନ୍ନ:
୧.ସରସ୍ୱତୀଙ୍କୁ ହଳଦୀ ରଙ୍ଗର ଫୁଲ ଚଢ଼ାଇ ଫଳ, କ୍ଷୀର ଭୋଗ କରନ୍ତୁ।
୨. ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କୁ ବେସନ ଲଡୁ କିମ୍ୱା ବେସନର ବର୍ଫି ପ୍ରସାଦ ଭାବରେ ଅର୍ପଣ କରନ୍ତୁ।
୩. ସଫଳତା ପାଇବା ପାଇଁ ସରସ୍ୱତୀଙ୍କ ପାଖରେ ହଳଦୀ ଚଢ଼ାଇ ସେହି ହଳଦୀରେ ନିଜ ପୁସ୍ତକରେ ‘ଐଂ’ ଲେଖନ୍ତୁ। ‘ଐଂ’ ହେଉଛି ସରସ୍ୱତୀଙ୍କର ବୀଜମନ୍ତ୍ର
୪. ଏହି ଦିନ ଗହଣା, କପଡ଼ା ଓ ଯାନବାହନ କିଣିବା ଶୁଭ ବୋଲି କୁହାଯାଇଥାଏ।
୫. ଯଦି ଆପଣଙ୍କର ଶୁଣିବା କିମ୍ୱା କଥା କହିବାରେ ସମସ୍ୟା ରହିଛି, ତେବେ ସରସ୍ୱତୀଙ୍କ ବୀଜ ମନ୍ତ୍ର ‘ଐଂ’ କୁ ସୁନା କିମ୍ୱା ପିତ୍ତଳରେ ଲେଖି ଏହାକୁ ଧାରଣ କରନ୍ତୁ।



from Odisha Reporter http://bit.ly/2tewTxS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages