
ସୋର(ଶଶିକାନ୍ତ ବେହେରା): ପଛକୁ ପଛ ପିଟି ହେଲେ ଟ୍ରକ୍। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ପ୍ରଥମେ ଗୋଟିଏ କୋଇଲା ବୋଝେଇ ଟ୍ରକ୍ ପଛରେ ଆଉ ଏକ କୋଇଲା ବୋଝେଇ ଟ୍ରକ୍ ପିଟି ହୋଇଥିଲା। ଏହା ପରେ ପରେ ଦ୍ୱିତୀୟ ଟ୍ରକ୍ ପଛରେ ଆଉ ଏକ ଟ୍ରକ୍ ପିଟି ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ଶେଷ ଟ୍ରକ୍ରେ ଥିବା ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଥିଲେ। ତାଙ୍କ ପରିଚୟ ମିଳିପାର ନାହିଁ।
ଅନ୍ୟ ଦୁଇ ଟ୍ରକ୍ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିମୁଳିଆ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2toTtUV
No comments:
Post a Comment