
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଲୋକାୟୁକ୍ତ ଚୟନ ପ୍ରକ୍ରିୟା ନିମନ୍ତେ ବୈଠକ ବସିବ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବାଚସ୍ପତି ପ୍ରଦୀପ ଅମାତ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଝାବେରୀ ଓ ଅନ୍ୟତମ ସଦସ୍ୟ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଯୋଗଦେବେ।
୨୦୧୪ ଫେବୃଆରୀ ୧୪ ତାରିଖରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାସ୍ କରିଥିଲା। ହେଲେ ଆଇନ୍ ପ୍ରଣୟନର ୫ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ଏଯାଏ ଲୋକାୟୁକ୍ତ ନିଯୁକ୍ତ ହୋଇନଥିବାରୁ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଥିଲା। ଏ ନେଇ ଶୀଘ୍ର ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ। ତାଗିଦ ପରେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।
ସତ୍ୟପାଠରେ ସେ ଦର୍ଶାଇଛନ୍ତି, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ। ତା’ସହ ଏପ୍ରିଲ ୮ ତାରିଖରୁ କାର୍ଯ୍ୟ ଆରମ୍ଭ କରିବେ ଲୋକାୟୁକ୍ତ। ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ଏହି ସତ୍ୟପାଠ ଦାଖଲ କରିଥିଲେ ମୁଖ୍ୟ ଶାସନ ସଚିବ।
ଆଜି ଏହି ପ୍ରସଙ୍ଗରେ ଶୁଣାଣି ଥିଲା। ଶୁଣାଣି ବେଳେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିଥିଲେ।
from Odisha Reporter http://bit.ly/2Ig17Lc
No comments:
Post a Comment