ଭ୍ୟାଲେଣ୍ଟାଇନ୍‌ ରାଶିଫଳ: ଏମିତି ରହିବ ଆପଣଙ୍କ ଲଭ୍‌ ଲାଇଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଭ୍ୟାଲେଣ୍ଟାଇନ୍‌ ରାଶିଫଳ: ଏମିତି ରହିବ ଆପଣଙ୍କ ଲଭ୍‌ ଲାଇଫ୍‌

love

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭ୍ୟାଲେଣ୍ଟାଇନ୍‌ ସପ୍ତାହ ଜମି ଯାଇଛି। ଲଭ୍‌ ପାର୍ଟ୍‌ନର୍‌ ପରସ୍ପରକୁ ଇମ୍ପ୍ରେସ୍‌ କରିବାରେ ଲାଗି ପଡିଛନ୍ତି। ହୁଏତ ଆପଣ ବି କରିଥିବେ। କିନ୍ତୁ ହୁଏତ ଜାଣି ନ ଥିବେ, ଲଭ୍‌ ଲାଇଫ୍‌ରେ ରାଶିମାନଙ୍କ ସ୍ଥିତି ବି ଖୁବ୍‌ ମହତ୍ୱ ରଖେ। ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଭ୍ୟାଲେଣ୍ଟାଇନ୍ ମାସଟି ରାଶି ଅନୁଶାରେ କେମିତି ରହିବ ଆପଣଙ୍କ ଲଭ୍‌ ଲାଇଫ୍‌ ପାଇଁ।

ମେଷ: ପ୍ରେମ ବ୍ୟାପାରରେ ଏହି ରାଶିର ଲୋକମାନେ ବାଦ ବିବାଦରୁ ଦୂରେଇ ରହିବା ଦରକାର। ଏଥର ଭ୍ୟାଲେଣ୍ଟାଇନ୍‌ ଡେ’ ଖୁବ୍‌ ଶୁଭ। ଏହିଦିନରେ ପାର୍ଟନର ସହ କୁଆଡ଼େ ବୁଲିବାକୁ ଯାଇପାରନ୍ତି। ଯଦି ଆପଣ ସିଙ୍ଗିଲ୍‌ ତେବେ ହୋଇପାରେ ଭ୍ୟାଲେଣ୍ଟାଇନ୍‌ ଡେ’ରେ ଆପଣଙ୍କୁ ଆପଣଙ୍କ ପାର୍ଟନର ମିଳି ଯାଇପାରେ।
ବୃଷ: ବୃଷ ରାଶିର ଲୋକୋମାନଙ୍କ ପାଇଁ ଏହି ଭ୍ୟାଲେଣ୍ଟାଇନ୍‌ ମାସଟି ଖୁବ୍‌ ରୋମାଣ୍ଟିକ୍‌ ରହିବ। ଦ୍ୱିତୀୟ ସପ୍ତାହରେ ପାର୍ଟନରଙ୍କ ସହ ଆପଣଙ୍କର ଖୁବ୍‌ ଭଲ ବଣ୍ଡିଂ ରହିବ। ଏକାଠି ସମୟ ବିତାଇବା ଖୁବ୍‌ ଭଲ ଓ ଶାନ୍ତି ଲାଗିବ। ପୂରା ସପ୍ତାହ ଭଲରେ କଟିବ।
ମିଥୁନ: ମିଥୁନ ରାଶିର ଲୋକମାନେ ଏହି ସମୟରେ ଏତେଟା ଖାମ୍‌ ଖିଆଲି ହେବା ଉଚିତ୍‌ ନୁହେଁ। ପ୍ରେମ ମାସ ଆରମ୍ଭରେ କୌଣସି ପ୍ରକାର ଆଉଟିଂକୁ ଯାଆନ୍ତୁ ନାହିଁ। ପ୍ରେମ ମାସର ଦ୍ୱିତୀୟ ସପ୍ତାହରେ ଆପଣଙ୍କ ପାଇଁ ଖୁବ୍‌ ଭଲ ଅନୁଭବ ରହିବ।
କର୍କଟ: ଏହି ସପ୍ତାହ ସୁଖଦ ଅନୁଭବ ନେଇ ଆସିବ। ନିଜ ଲଭ୍‌ ଲାଇଫ୍‌କୁ ନେଇ ମନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ପାର୍ଟନରଙ୍କ ସହ ଶାନ୍ତ ଓ ଏକାନ୍ତ ସମୟ କାଟିବାକୁ ମନ କରିବେ।
ସିଂହ: ପ୍ରେମ ମାସର ପ୍ରଥମ ସପ୍ତାହରେ ଲଭ୍‌ ଲାଇଫ୍‌ ସମ୍ବନ୍ଧିତ କୌଣସି ନିର୍ଣ୍ଣୟକୁ ନେଇ ମନ ବ୍ୟଥିତ ରହିବ। କିନ୍ତୁ ମାସ ଶେଷ ବେଳକୁ ସବୁ ଠିକ୍‌ ହୋଇଯିବ। ନିଜ ମନ କଥା ମୁହଁ ଖୋଲି କୁହନ୍ତୁ ଦେଖିବେ ସବୁ ଠିକ୍‌ ହୋଇଯିବ।

କନ୍ୟା: ଏହି ଭ୍ୟାଲେଣ୍ଟାଇନ୍‌ ମାସ କନ୍ୟା ରାଶିର ଲୋକମାନଙ୍କ ପାଇଁ ଖୁବ୍‌ ରୋମାଣ୍ଟିକ୍‌। ଲଭ୍‌ ଲାଇଫ୍‌ ସମ୍ବନ୍ଧିତ ଅନେକ ସୁଖବର ପ୍ରାପ୍ତ ହେବ।
ତୁଳା: ଭ୍ୟାଲେଣ୍ଟାଇନ୍‌ ଡେ’ରେ କୌଣସି କଥାକୁ ନେଇ ମନ ବ୍ୟଥିତ ହୋଇପାରେ। ମନ ଭିତରେ ହିନମନ୍ୟତା ସୃଷ୍ଟି ହୋଇପାରେ। କିନ୍ତୁ ଆପଣ ଯଦି ନିଜ ପାର୍ଟନରଙ୍କୁ ନିଜ ମନ କଥା ଖୋଲି କହିବେ ତେବେ ସବୁ ସମସ୍ୟାର ସମାଧାନ ହୋଇଯାଇପାରେ।

ବିଚ୍ଛା: ଫେବ୍ରୁଆରୀର ପ୍ରଥମ ସପ୍ତାହରେ ଆପଣ ନିଜ ଲଭ୍‌ ଲାଇଫ୍‌କୁ ନେଇ ଚିନ୍ତାରେ ରହି ପାରନ୍ତି। ଏଭଳି ଅନୁଭୂତି ପ୍ରେମ ସପ୍ତାହର ପ୍ରଥମ ଦିନରେ ଅଧିକ ହୋଇପାରେ।
ଧନୁ: ନିଜ ରିଲେସନ୍‌ସିପ୍‌କୁ ନେଇ ସିରିଅସ୍‌ ରହିବେ। ନିଜ ପ୍ରେମ ବାବଦରେ କିଛି ନିଷ୍ପତ୍ତି ମଧ୍ୟ ନେବେ।
ମକର: ଏହି ରାଶିର ଲୋକଙ୍କ ନିଜ ପାର୍ଟନର ସହ ଛୋଟ ମୋଟ ମତାନ୍ତର ହେବ। ତେବେ ମନେ ରିଖ ଆପଣ ଧୌର୍ଯ୍ୟର ସହ ଆପଣଙ୍କ ପାର୍ଟନରଙ୍କ କଥାର ଉତ୍ତର ଦେବେ।

କୁମ୍ଭ: ପ୍ରେମ ସମ୍ବନ୍ଧ ଅନୁକୂଳ ରହିବ। ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଏକାନ୍ତରେ ସମୟ ବିତାଇବେ। ଇଶ୍ୱରଙ୍କ ଆଶୀର୍ବାଦ ଆପଣଙ୍କ ଲଭ୍‌ ଲାଇଫ୍‌ରେ ରହିବ। ଲଭ୍‌ ଲାଇଫ୍‌ ଖୁବ୍‌ ରୋମାଣ୍ଟିକ୍‌ ହେବ।
ମୀନ: ଏହି ଦିନରେ ଦୁହିଁଙ୍କ ସମ୍ପର୍କ ଖୁବ୍‌ ମଜବୁତ୍‌ ହୋଇଯିବ। ଦୁହେଁ ଖୁବ୍ ରୋମାଣ୍ଟିକ୍‌ ହୋଇଯିବେ। ଦୁହିଁଙ୍କୁ ଶୁଭ ଖବର ମିଳିବ।

 



from Odisha Reporter http://bit.ly/2MZwxEC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages