କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ…

ମୁଁ ଯୁଦ୍ଧରେ ମରିଗଲେ ମୋ ଶବକୁ ମୋ ଗାଁ ମାଟିକୁ ପଠାଇଦେବ। ଆମ ଗାଁ ମଣାଣିରେ ମୋ ମା’ କୋଳରେ ଚିରନିଦ୍ରାରେ ଶୋଇଯିବାକୁ ଚାହେଁ ମୁଁ । ବୋଉକୁ ମୋର କହିଦେବ, ସେ ଯେମିତି ନ କାନ୍ଦେ। ତାକୁ ଖାଲି ଏତିକି କହିଦେବ ତା’ ପୁଅ କର୍ଣ୍ଣ ଭଳି ଲଢିଛି। ମୋ ପାଇଁ ଜମା କାନ୍ଦିବନି। ବାପାଙ୍କୁ କହିବ ମୋର ବଦ୍‌ମାସି ସବୁ ପିଲାବେଳୁ ଏତେ ସହିଥିଲେ, ଏଣିକି ଆଉ ଅଭିଯୋଗ ମଉକା ଦେବିନି। ଯାହା ଦୁଷ୍ଟାମୀ କରିଥିଲି, ମୋ ପିଲାଳିଆମି ଭାବି ସେ ଭୁଲିଯିବେ।

ତାଙ୍କୁ କହିଦେବ ମୁଁ ମରିନି, ମୁଁ ହାରିନି । ସାନ ଟୋକାର ମୋ ବାଇକ୍‌ ଉପରେ ଭାରି ଲୋଭ। ମୋ ବେଡ୍‌ରୁମ୍‌ ରାକେଟ୍‌ରେ ବାଇକ୍‌ ଚାବିଟା ଲୁଚେଇ ରଖିଥିଲି। ଆଉ ଲୁଚେଇ କିଛି ଲାଭ ନାହିଁ ସେ ବାଇକ୍‌ ଏବେଠୁ ତାର ହେଲା। ଭଉଣୀକି ମୋର କହିଦେବ ତା’ ଭାଇ ସୂର୍ଯ୍ୟାସ୍ତ ଯାଏଁ ସୁଖରେ ଶୋଇଯିବାକୁ ଚାହେଁ, ମତେ ଉଠାଇବନି।

ଶେଷରେ ମୋ ମାଟି, ମୋ ଦେଶକୁ କହିବ, ମତେ ସେ ଢେର ଦେଇଛି। ମୁଁ ଚାହିଁବି ତାର ଋଣ ସୁଝି ପାରିବିନି। ସେଇଥିପାଇଁ ତ ମୁଁ ଯୋଦ୍ଧା, ମୁଁ ତା’ର ବୀର ପୁଅ, ଏ ମୃତ୍ୟୁ ମୋ ପାଇଁ ଉପହାର।

ଇତି

ସହିଦ୍‌

ବି.ଦ୍ର: ଇଂରାଜୀରେ ଲେଖା ମୂଳ କବିତାଟି ଭାଇରାଲ ହେଉଛି। ଯାହାର ଗଦ୍ୟାର୍ଥ ଉପରେ ଦିଆଯାଇଛି।



from Odisha Reporter http://bit.ly/2ByCZhe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages