
ନାଗପୁର: ଟିମ୍ ଇଣ୍ଡିଆର ବ୍ୟାଟସ୍ମ୍ୟାନ୍ ହନୁମା ବିହାରୀ ଇରାନୀ କପ୍ରେ ଇତିହାସ ରଚିଛନ୍ତି। ସେ ଇରାନୀ କପ୍ର ପ୍ରଥମ ଖେଳାଳି ଭାବେ କ୍ରମାଗତ ୩ଟି ଇନିଂସ୍ରେ ୩ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏହା ପୂର୍ବରୁ କୌଣସି ଖେଳାଳି ଇରାନୀ କପ୍ରେ ଏଭଳି ରେକର୍ଡ କରିନାହାନ୍ତି।
ଅବଶିଷ୍ଟ ଭାରତ ପକ୍ଷରୁ ଖେଳୁଥିବା ହନୁମା ଆଜି ବିଦର୍ଭ ବିପକ୍ଷ ଇରାନୀ କପ୍ର ୪ର୍ଥ ଦିନରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ବିଦର୍ଭ ବୋଲର ଅକ୍ଷୟ ୱାଖେରଙ୍କ ବଲ୍ରେ ଏକ ରନ୍ ନେଇ ଆଜି ଶତକ ହାସଲ କରିଥିଲେ।
ଏହାପୂର୍ବରୁ ଇରାନୀ କପ୍ର ପ୍ରଥମ ଇନିଂସ୍ ମଧ୍ୟ ହନୁମା ୧୧୪ ରନ୍ କରିଥିଲେ। ସେହିପରି ଗତବର୍ଷ ଇରାନୀ କପ୍ର ଦ୍ୱିତୀୟ ଇନିଂସ୍ରେ ହନୁମା ସେହି ବିଦର୍ଭ ବିପକ୍ଷରେ ୧୮୩ ରନ୍ କରିଥିଲେ। ଅର୍ଥାତ ସେ କ୍ରମାଗତ ଭାବେ ୩ୟଥର ପାଇଁ ଇରାନୀ କପ୍ରେ ଶତକ ହାସଲ କରିଛନ୍ତି।
ମ୍ୟାଚ୍ କଥା ବିଚାରକୁ ନେଲେ ଅବଶିଷ୍ଟ ଭାରତ ୪ର୍ଥ ଦିନରେ ୩ ୱିକେଟ୍ ହରାଇ ୩୪୭ ରନ୍ କରିବା ପରେ ପାଳି ଘୋଷଣା କରିଛି। ଏବେ ବିଦର୍ଭକୁ ଜିତିବା ପାଇଁ ୨୮୦ ରନ୍ର ଟାର୍ଗେଟ ମିଳିଛି।
ଅବଶିଷ୍ଟ ଭାରତ ପକ୍ଷରୁ ହନୁମା ଅପରାଜିତ ୧୮୦ ରନ୍ କରିଥିବା ବେଳେ ଅଜିଙ୍କ୍ୟ ରାହଣେ ୮୭ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଶ୍ରେୟସ ଆୟର ମଧ୍ୟ ୫୨ଟି ବଲ୍ରେ ୬୧ ରନ୍ କରିବାକୁ ସକ୍ଷମ ହୋଇଛନ୍ତି।
from Odisha Reporter http://bit.ly/2TR3aqs
No comments:
Post a Comment