ଇତିହାସ ରଚିଲେ ସ୍ମୃତି, ସ୍ଥାପନ କଲେ ଆଉ ଏକ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଇତିହାସ ରଚିଲେ ସ୍ମୃତି, ସ୍ଥାପନ କଲେ ଆଉ ଏକ ରେକର୍ଡ

ୱେଲିଂଟନ୍‌: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଧୂରୀଣ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମାନ୍ଧନା ନ୍ୟୁଜିଲ୍ୟାଣ୍ଡ ବିରୋଧରେ ୱେଲିଂଟନ୍‌ଠାରେ ଖେଳାଯାଉଥିବା ପ୍ରଥମ ଟି୨୦ରେ ଇତିହାସ ରଚିଛନ୍ତି। ସେ ମାତ୍ର ୨୪ ବଲରେ ଅର୍ଦ୍ଧଶତକ କରିବା ସହିତ ସବୁଠାରୁ କମ୍‌ ବଲରେ ଅର୍ଦ୍ଧଶତକ କରିପାରିଥିବା ଭାରତୀୟ ମହିଳା ହୋଇପାରିଛନ୍ତି।

ଦଳର ସ୍କୋର ୧୦୨ ରନ୍‌ ହୋଇଥିବାବେଳେ ଆମେଲିଆ କେରଙ୍କ ବଲ୍‌ରେ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ରେ ସେ ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳ ୫୮ ରନ୍‌ରେ ପଛୁଆ ଥିଲା। କିନ୍ତୁ ପରିଶେଷରେ ଭାରତ ନ୍ୟୁଜିଲ୍ୟାଣ୍ଡଠାରୁ ୨୩ ରନ୍‌ ବ୍ୟବଧାନରେ ହାରିଥିବା ଜଣାଯାଇଛି। ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୧୫୯ ରନ୍‌ କରିପାରିଥିବାବେଳେ ଅରୁନ୍ଧତୀ ରେଡ୍ଡୀ, ଦୀପ୍ତି ଶର୍ମା ଏବଂ ପୂନମ୍‌ ଯାଦବ ଗୋଟିଏ ଲେଖାଏ ୱିକେଟ ପାଇଥିଲେ।

ଏହା ପୂର୍ବରୁ ଭାରତ ବିଜୟ ଲାଭ କରିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଏହା ମଧ୍ୟରେ ଏକ ଶତକ ଏବଂ ଅପରାଜିତ ୯୦ ରନ୍‌ ମଧ୍ୟ ସାମିଲ ଥିଲା। ୨୦୧୮ ପରଠାରୁ ସ୍ମୃତି ୧୫ଟି ଦିନିଆ ଖେଳି ୨ଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।



from Odisha Reporter http://bit.ly/2SvE17o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages