ପାକିସ୍ତାନରେ ଜନ୍ମ ଗୁଲଜାର୍‌ଙ୍କୁ ଯେବେ ୧୨ ବର୍ଷ ହୋଇଥିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ପାକିସ୍ତାନରେ ଜନ୍ମ ଗୁଲଜାର୍‌ଙ୍କୁ ଯେବେ ୧୨ ବର୍ଷ ହୋଇଥିଲା…

ମୁମ୍ବାଇ: ବଲିଉଡ୍‌ ସଙ୍ଗୀତ ଜଗତର ଜଣେ କିମ୍ବଦନ୍ତୀ ଗୀତିକାର ତଥା ସାହିତ୍ୟିକ ହେଉଛନ୍ତି ଗୁଲଜାର। ନିଜର ସ୍ଵତନ୍ତ୍ର ସଙ୍ଗୀତ ପାଇଁ ସେ ବେଶ୍‌ ପରିଚିତ। ସଙ୍ଗୀତ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଦେଇଛି ଅଜସ୍ର ସଫଳତା। ଶତାଧିକ ହିନ୍ଦୀ ସିନେମାର ସଫଳ ଗୀତିକାର ଭାବେ ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ମହାନ ଗୀତିକାର । ତାଙ୍କ ପ୍ରତିଭା ଅନନ୍ୟ । ସେ ହେଉଛନ୍ତି ସଙ୍ଗୀତ ଏବଂ ସାହିତ୍ୟ ଜଗତର ବାଦ୍‌ଶାହା ଗୁଲ୍‌ଜାର। ଯାହାଙ୍କ କଲମ ମୁନରେ ବଲିଉଡ୍‌ ସଙ୍ଗୀତ ହୋଇଛି ରୁଦ୍ଧିମନ୍ତ।

ହିନ୍ଦୀ ସିନେମାର ଅଧିକାଂଶ ସୁପର ହିଟ୍‌ ଗୀତର ନାୟକ ହେଉଛନ୍ତି ଏହି ଗୁଲ୍‌ଜାର। ତେବେ ତାଙ୍କ ଜୀବନରେ ଏମିତି କଥା ଅଛି ଯାହା ହୁଏତ ଆପଣ ଜାଣି ନ ଥିବେ। ଗୁଲଜାର ନିଜେ ନିଜ ଭିତରେ ଜଣେ ଇତିହାସ। ତାଙ୍କ ଜନ୍ମ ପାକିସ୍ତାନର ‘ଦୀନା’ ଅଞ୍ଚଳରେ ହୋଇଥିଲା। ଗୁଲଜାରଙ୍କ ପ୍ରକୃତ ନାଁ ସଂପୂର୍ଣ୍ଣ ସିଂହ କାଲରା। ପରେ ତାଙ୍କ ନାଁ ଗୁଲଜାର ହୋଇଥିଲା। ଭାରତ ପାକିସ୍ଥାନ ବିଭାଜନ ହେବା ସମୟରେ ଗୁଲଜାର ମାତ୍ର ବାର ବର୍ଷର ହୋଇଥିଲେ। ସେ ସମୟରେ ସେ ବିଭାଜନର ଦୁଃଖଭରା ଦୃଶ୍ୟ ନିଜ ଆଖିରେ ଦେଖିଛନ୍ତି।

ଏତେ ଛୋଟ ଥିବାରୁ ସେ ବେଶୀ କିଛି ଜାଣି ପାରୁନଥିଲେ । ତଥାପି ନିଜ ଭିତରେ ଥିବା ଦୁଃଖ, ବେଦନା ଓ କୋହ ତାଙ୍କ ଗୀତରେ ହିଁ ପ୍ରତଫଳିତ ହୋଇଥାଏ। ବିଭାଜନ ପରେ ସେ ଦିଲ୍ଲୀ ଆସିଥିଲେ। ତାଙ୍କ ପରିବାର ଦିଲ୍ଲୀରେ ହିଁ ଥିଲେ। ସେଠାରେ ପାଠପଢ଼ା ଶେଷ କରି ସେ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଗ୍ୟାରେଜରେ କାମ କରୁଥିଲେ। କାର ଗୁଡ଼ିକୁ ରଙ୍ଗ କରିବା ତାଙ୍କର କାମ ଥିଲା । ପିଲା ବେଳୁ ଲେଖକ ହେବାକୁ ତାଙ୍କର ଖୁବ୍‌ ଇଚ୍ଛା ଥିଲା। କିନ୍ତୁ ବାପାଙ୍କର ସ୍ୱପ୍ନ ଥିଲା କିଛି ଅଲଗା। ବାପା ଓ ଭାଇ ଚାହୁଁ ନ ଥିଲେ ସେ ଲେଖକ ହୁଅନ୍ତୁ। ସେହି ପେସାକୁ ସେତେବେଳେ ଲୋକେ ଦରିଦ୍ର୍ୟର ପେସା ଭଳି ଭାବୁଥିଲେ। କିନ୍ତୁ ଗୁଲଜାର ନିଜ ପେସାକୁ ମରିବାକୁ ଦେଇନଥିଲେ।

ଲୁଚି ଲୁଚି ନିଜ ସ୍ୱପ୍ନ ପୂରା କରିବା ପାଇଁ କାମ କରୁଥିଲେ। ଗୁଲଜାରଙ୍କର କମ୍ୟୁନିଟି ଲୋକଙ୍କ ସହ ମିଳାମିଶା ଥିଲା। ସେଠାକୁ ବିମଲ ରୟ ବି ଆସୁଥିଲେ। ସେ ଗୁଲଜାରଙ୍କ ଲକ୍ଷ୍ୟରେ ଖୁସି ହୋଇ ତାଙ୍କୁ ନିଜ ଫିଲ୍ମ ‘ବନ୍ଦିନୀ’ ପାଇଁ ଗୀତ ଲେଖିବାକୁ କହିଥିଲେ। ଗୀତ ଥିଲା ‘ମେରା ଗୋରା ଅଙ୍ଗ ଲୈଲେ’। ପୁଣି ତା’ପରେ ସେ ‘ଗୁଡ୍ଡୀ’ ଫିଲ୍ମ ପାଇଁ ଏକ ଗୀତ ଲେଖିଥିଲେ। ଗୀତ ଟି ହେଲା ‘ହମକୋ ମନକୀ ଶକ୍ତି ଦେନା’। ତାଙ୍କ ଗୀତର ପ୍ରତିଟି ଶବ୍ଦ ଆତ୍ମ୍ୟଭରା। ତାଙ୍କର ବହି ପଢ଼ିବା ଖୁବ୍‌ ସଉକ୍‌ ଥିଲା। ଦିନେ ଜଣେ ବହିଦୋକାନୀ ତାଙ୍କୁ ଏମିତି ଏକ ବହି ଦେଲେ ଯେ, ସେବେଠୁ ତାଙ୍କ ଭିତରେ ଗୁଲଜାର ଜନ୍ମ ନେଲା । ସେ ବହିଟି ରବିନ୍ଦ୍ର ଟାଗୋରଙ୍କ ‘ଦ ଗାର୍ଡେନ୍’ ଥିଲା।

ସେଥିରୁ ତାଙ୍କୁ ବହୁତ ପ୍ରେରଣା ମିଳିଥିଲା। ମଝିରେ ଗୁଲଜାର ବଙ୍ଗାଳି ସାହିତ୍ୟ ପଢିବାକୁ ଚାହିଁଲେ। ସେ ବଙ୍ଗାଳି ଶିଖିଥିଲେ। ସେ ସମୟରେ ତାଙ୍କର ରାକ୍ଷୀଙ୍କ ସହ ପ୍ରେମ ହୋଇଯାଇଥିଲା। ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ଝିଅ ହେବା ପରେ ଦୁହେଁ ଅଲଗା ହୋଇଯାଇଥିଲେ। କିନ୍ତୁ ଦୁହିଁଙ୍କ ସଂପର୍କ ଖୁବ୍‌ ନିବିଡ ଥିଲା ଦୁହେଁ ଅଲଗା ହୋଇଥିଲେ ସତ କିନ୍ତୁ ଛାଡପତ୍ର ଦେଇ ନ ଥିଲେ। ଅଲଗା ହେବା ପରେ ବି ଗୁଲଜାର ନିଜ ସାଙ୍ଗ ମାନଙ୍କ ସହ ଖଟି କରିବା ସମୟରେ ପତ୍ନୀ ମାଛ ତରକାରୀ କରି ପଠାନ୍ତି। ଆନ୍ଧୀ, କୋଶିସ,ନମ୍‌କିନ୍, ମୌସମ ଓ ଇଜ୍ଜତ ଭଳି ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।  କିନ୍ତୁ ‘ହୁ ତୁ ତୁ’  ଫିଲ୍ମ ଫ୍ଲଫ ହେବା କାରଣରୁ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ । ସେ ସମୟରେ ପତ୍ନୀ ରାକ୍ଷୀ ଓ ତାଙ୍କ ଝିଅ ତାଙ୍କ ସାଥ୍ ଦେଇଥିଲେ।



from Odisha Reporter http://bit.ly/2SdZceX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages