କଠୋର ହେଲା ବୋର୍ଡ, ୩ କେନ୍ଦ୍ରରେ ଇଂରାଜୀ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

କଠୋର ହେଲା ବୋର୍ଡ, ୩ କେନ୍ଦ୍ରରେ ଇଂରାଜୀ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି

କଟକ(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷାରେ କପି ଅଭିଯୋଗରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଟି ହାଇସ୍କୁଲରେ ଇଂରାଜୀ ପରୀକ୍ଷା ବାତିଲ ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି ୩ଟି ପରୀକ୍ଷା କେନ୍ଦ୍ର ହେଉଛି ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ପଳାସପିଠାର ପି.ଆର୍ ହାଇସ୍କୁଲ ଓ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ। ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ ହେବ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍‌ ସୂଚନା ଦେଇଛନ୍ତି।

୭ ଦିନ ମଧ୍ୟରେ ବୋର୍ଡର ପରୀକ୍ଷା କମିଟି ବସି ଏହି ନିଷ୍ପତ୍ତି ନେବ। ସେହିପରି ବାକି ଥିବା ପରୀକ୍ଷା ଗୁଡ଼ିକ ପାଇଁ ସଂପୃକ୍ତ ସ୍କୁଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯାଇଥିଲା। ‘ଅତି ସମ୍ୱେଦନଶୀଳ’ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହା ସତ୍ତ୍ୱେ ଉପରୋକ୍ତ ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବୋର୍ଡ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।



from Odisha Reporter https://ift.tt/2H2sKVX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages