ସ୍ୱାଧୀନତା ସଂଗ୍ରାମୀଙ୍କୁ ମେଡିକାଲରେ ମିଳୁନି ଔଷଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ସ୍ୱାଧୀନତା ସଂଗ୍ରାମୀଙ୍କୁ ମେଡିକାଲରେ ମିଳୁନି ଔଷଧ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ସ୍ୱାଧୀନତା ସଂଗ୍ରାମୀଙ୍କୁ ମାଗଣା ଚିକିତ୍ସା ସହ ମାଗଣାରେ ଔଷଧ ଯୋଗାଇ ଦେବାକୁ ସରକାର ନିୟମ କରିଛନ୍ତି। ହେଲେ ଢେଙ୍କାନାଳ ଜିଲ୍ଲାରେ ନା କେବଳ ଏହି ନିୟମକୁ ଉଲ୍ଲଂଘନ କରାଯାଇଛି, ବରଂ ଜଣେ ୯୭ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଇଛି। ଯାହାର ପ୍ରତିବାଦରେ ସ୍ୱାଧୀନତା ସଂଗ୍ରାମୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ।

ମେଡିକାଲ କର୍ତ୍ତୃପକ୍ଷ ଉଚିତ୍‌ ଚିକିତ୍ସା ଯୋଗାଇ ଦେଇ ନଥିବା ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ମହାପାତ୍ର ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କୁ ଭେଟି ଜଣାଇଛନ୍ତି।

ସେ ଅଭିଯୋଗ କରିଛନ୍ତି, “ଅତିରିକ୍ତ ଚିକିତ୍ସାଧିକାରୀ ୩ଟି ଔଷଧ ଦେଲେ ନାହିଁ। ବାହାରୁ କିଣିବାକୁ କହିଲେ। ନନ୍ଦିନୀ ସତପଥୀଙ୍କ ସମୟରେ ଜିଲ୍ଲାପାଳଙ୍କୁ ଭେଟି ଏ ଡାକ୍ତରଖାନା ପ୍ରତିଷ୍ଠା କରିଥିଲୁ। ଏଠାରେ ଠିକ୍‌ରେ କାମ ହେଉନାହିଁ। ଜିଲ୍ଲାପାଳଙ୍କୁ ଭେଟି ଜଣାଇଛି।”

ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ ଧର୍ମାନନ୍ଦ ମହାପାତ୍ର କହିଛନ୍ତି, “ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମେଡିକାଲରେ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହିତ ମାଗଣା ଔଷଧ ଯୋଗାଇ ଦେବାର ନିୟମ ରହିଛି। କିନ୍ତୁ ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଚିକିତ୍ସାଧିକାରୀ ବାହାରୁ ଔଷଧ କିଣିବା ପାଇଁ କହି ଫେରାଇ ଦେଇଛନ୍ତି। ପୂର୍ବରୁ ମେଡିକାଲ କର୍ତ୍ତୃପକ୍ଷ ବାହାରୁ ଔଷଧ କିଣି ଦେଉଥିଲେ। ହେଲେ ଏଥର ଅତିରିକ୍ତ ଚିକିତ୍ସାଧିକାରୀ ୬ଟି ଔଷଧ ଦେଇ ବାକି ୩ଟି ବାହାରୁ କିଣିବାକୁ କହିଲେ।”

ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2H4iBbo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages