
ସେଣ୍ଟ ଲୁସିଆ: ୱେଷ୍ଟଇଣ୍ଡିଜ୍ର ଦ୍ରୁତ ବୋଲର ଶାନ୍ନନ ଗାବ୍ରିଏଲଙ୍କୁ ଆପତ୍ତି ଜନକ ଶବ୍ଦ ପ୍ରୟୋଗ ପାଇଁ ଆଇସିସି ଦଣ୍ଡିତ କରିଛି। ସେ ଇଣ୍ଡିଜ୍ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ବ୍ୟାଟିଂ କରୁଥିବା ଜୋ ରୁଟ୍ଙ୍କ ସମ୍ପର୍କରେ ସମଲିଙ୍ଗୀ ଭଳି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏପରି କି ସେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କୁ ଆଇସିସି ଇଂଲଣ୍ଡ ବିପକ୍ଷ ପ୍ରଥମ ୪ଟି ଦିନିକିଆରୁ ବାସନ୍ଦ କରିଛି। ଏଥିସହ ତାଙ୍କ ମ୍ୟାଚ୍ ଫି’ର ୭୫% କଟାଯିବା ସହ ତାଙ୍କୁ ୩ଟି ଡିମେରିଟ୍ ପଏଣ୍ଟ ମିଳିଛି।
ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆସନ୍ତା ୨୦ ତାରିଖରୁ ୫ ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବ। କିନ୍ତୁ ପ୍ରଥମ ୪ଟି ମ୍ୟାଚ୍ରେ ଗାବ୍ରିଏଲ ଖେଳିପାରିବେ ନାହିଁ।
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଗାବ୍ରିଏଲ ବ୍ୟାଟିଂ କରୁଥିବା ରୁଟ୍ଙ୍କ ସମ୍ପର୍କରେ ଏଭଳି ସମଲିଙ୍ଗୀ ଶବ୍ଦ ପ୍ରୟୋଗ କରିଥିଲେ। ଏହା ଷ୍ଟମ୍ପ ମାଇକ୍ରେ ରେକର୍ଡ ହୋଇ ନଥିଲା। କିନ୍ତୁ ରୁଟ୍ ଏହାର ଜବାବ ଦେଇ ସମଲିଙ୍ଗୀ ହେଲେ ଅସୁବିଧା ନାହିଁ ବୋଲି କହିଥିଲେ। ଏହା ଷ୍ଟମ୍ପ ମାଇକ୍ରେ ରେକର୍ଡ ହୋଇଥିଲା।
ରୁଟ୍ ଏହା ବିରୋଧରେ କୌଣସି ଅଭିଯୋଗ କରି ନଥିଲେ ହେଁ ମ୍ୟାଚ୍ ରେଫରୀ ନିଜ ଆଡ଼ୁ ମାମଲାକୁ ଗୁରୁତର ସହ ନେଇଥିଲେ। ଆଜି ଏହାର ବିଚାର କରାଯାଇ ଗାବ୍ରିଏଲଙ୍କୁ ଦଣ୍ଡବିଧାନ କରାଯାଇଛି।
from Odisha Reporter http://bit.ly/2E9qsTa
No comments:
Post a Comment