ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଶାହାରୁଖଙ୍କୁ ରିପ୍ଲେସ କଲେ ଭିକ୍କି କୌଶଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଶାହାରୁଖଙ୍କୁ ରିପ୍ଲେସ କଲେ ଭିକ୍କି କୌଶଲ

ମୁମ୍ବାଇ: ଫିଲ୍ମ ‘ଉରୀ ‘ଦ’ ସର୍ଜିକଲ ଷ୍ଟ୍ରାଇକ୍‌’ର ସଫଳତା ଫିଲ୍ମର ଲିଡ୍‌ ହିରୋ ଭିକ୍କି କୌଶଲଙ୍କୁ ରାତାରାତି ଷ୍ଟାର୍‌ କରିଦେଇଛି।  ଭିକ୍କିଙ୍କ ଫ୍ୟାନ୍‌ ଫଲୋଇଂ ଏତେ ବଢ଼ିଯାଇଛି ଯେ, ତାଙ୍କୁ ଏବେ ନ୍ୟାସନାଲ୍ କ୍ରଶ୍‌ ବି କୁହାଯାଉଛି। ଫିଲ୍ମରେ ଭିକ୍କିଙ୍କ ଅଭିନୟ ଅନେକ ବଲିଉଡ ନିର୍ଦ୍ଦେଶକଙ୍କୁ ଭଲ ଲାଗିଛି। ତେଣୁ ପ୍ରାୟ ସମସ୍ତେ ଭିକ୍କିଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଏବେ ଖବର ମିଳିଛି ଯେ, ଭିକ୍କି ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍‌ ‘ସାରେ ଜାହାଁ ସେ ଆଛା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏ ଯାଏଁ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ପ୍ରଥମେ ଏହି ଫିଲ୍ମରେ ଆମୀର୍‌ ଖାନ୍‌ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ। ତା’ପରେ ସେ ଏହି ଫିଲ୍ମ ପାଇଁ ଶାହାରୁଖ୍‌ ଖାନ୍‌ଙ୍କୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଶାହାରୁଖ୍‌ ବି ଏଥିରେ ରାଜି ହୋଇଗଲେ। ହେଲେ କୌଣସି କାରଣରୁ ଶାହାରୁଖ ଏହି ପ୍ରୋଜେକ୍ଟରୁ ବାହାରିଯାଇଥିଲେ। ଶୁଣିବାକୁ ମିଳୁଛି ଯେ ସେ ‘ଡନ୍‌-୩’ ପାଇଁ ଏହି ଫିଲ୍ମରୁ ଓହରିଗଲେ।

ଖବର ମୁତାବକ ଫିଲ୍ମର ପ୍ରୋଯୋଜକ ରନି ସକୃବାଲା ଉରୀରେ ଭିକ୍କିଙ୍କ ଅଭିନୟରି ଅନେକ ପ୍ରଭାବିତ ହୋଇଥିଲେ। ସେଥିପାଇଁ ସେ ଭିକ୍କିଙ୍କୁ ‘ସାରେ ଜାହାଁ ସେ ଆଚ୍ଛା’ ପାଇଁ ଫାଇନାଲ୍ କରିଦେଇଛନ୍ତି। ଏଭଳି ବି ଖବର ଆସୁଛି ଯେ ଭିକ୍କି ନିଜ ଭୂମିକା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।

 



from Odisha Reporter https://ift.tt/2BRBdrz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages