
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ତାଳପଦା ବଜାରରେ ଥିବା ଏକ ଏଟିଏମ୍କୁ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି।
ଗତକାଲି ମେଘୁଆ ପାଗ ଥିବାରୁ ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଇଣ୍ଡିକାସ୍ ଏଟିଏମ୍କୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେ ନେଇ ସୂଚନା ମିଳିପାରିନି।
ତାଳପଦା ବଜାର ସମୁଦ୍ର କୂଳରେ ଥିବାରୁ ବହୁ ପରିମାଣରେ ମତ୍ସଜୀବୀ ଏଠାରେ ବସବାସ କରନ୍ତି। ଏଠାରେ କେବଳ ଇଣ୍ଡିକାଶ ବ୍ୟାଙ୍କର ଏଟିଏମ୍ ରହିଛି। ଦୁର୍ବୃତ୍ତମାନେ ଏଟିଏମ୍ ସଟର କାଟି ଟଙ୍କା ଲୁଟ୍ କରିଥିବା ବେଳେ ଗ୍ୟାସ୍ ସିଲିଣ୍ଡରକୁ ଛାଡ଼ି ଚାଲି ଯାଇଛନ୍ତି।
ଖବର ପାଇ ଗୋପାଳପୁର ଥାନା ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2UcLDcN
No comments:
Post a Comment