ସ୍ୱଚ୍ଛତା ଓ ପରିବେଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଲେ ଯୁବକ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ସ୍ୱଚ୍ଛତା ଓ ପରିବେଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଲେ ଯୁବକ ଯୁବତୀ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି ଯେ, ଆଜିର ଯୁବପିଢି ଭୁଲ ଦିଗରେ ଗତି କରୁଛି। ସେମାନେ ସମାଜଠାରୁ ଦୂରେଇ ଯାଉଛନ୍ତି। କିନ୍ତୁ ସବୁବେଳେ ଓ ସମସ୍ତଙ୍କ କ୍ଷେତ୍ରରେ ଏ ଅଭିଯୋଗ ଠିକ ନୁହେଁ। ଭୁବନେଶ୍ୱର ଉପକଣ୍ଠରେ ଥିବା କିଛି ଗାଁର ଯୁବକ ଯୁବତୀ ଏ ଦିଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଭୁବନେଶ୍ୱର ନିକଟ ଜୟପୁର ଇଟିପୁର ଅଂଚଳର ଦୟାନଦୀ କୂଳରେ ଥିବା ପ୍ରାୟ ୧୫ଟି ଗାଁର ଯୁବକମାନେ ମିଶି ଏକ ଭଲ ପଦକ୍ଷେପ ନେଇଛନ୍ତି। ଆଞ୍ଚଳିକ ବିକାଶ ପରିଷଦ ବ୍ୟାନରରେ ଏକାଠି ହୋଇ ପ୍ରାୟ ୨୫୦ରୁ ଅଧିକ ଯୁବକ ସ୍ୱଚ୍ଛତା ଓ ପରିବେଶ ସମ୍ପର୍କରେ ନିଜ ଅଂଚଳର ଲୋକଙ୍କୁ ସଚେତନ କରାଇଛନ୍ତି।

ସେଥିପାଇଁ ଅନୁଷ୍ଠାନ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଲୋକମାନେ କେମିତି ନିଜ ଗାଁ ଓ ନଦୀପଠା ପରିଷ୍କାର ରଖିବେ ସେ ନେଇ ଏହି ଯୁବକମାନେ ଲୋକମାନଙ୍କ ବୁଝାଇଥିଲେ। ଏହି ଅବସରରେ ଏହି ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୁବକ ମାନଙ୍କ ସହ ସାମିଲ ହୋଇଥିଲେ। (ଦେଖନ୍ତୁ ଭିଡିଓ)



from Odisha Reporter http://bit.ly/2IlOZZc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages