ଗ୍ୟାଙ୍ଗ୍‌ କରି କାଜୁ ଚୋରି କରୁଥିଲେ, ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଗ୍ୟାଙ୍ଗ୍‌ କରି କାଜୁ ଚୋରି କରୁଥିଲେ, ଧରାପଡ଼ିଲେ

ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଘଷରଡ଼ା କାଜୁ ମିଲ୍‌ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ପୁଲିସ୍ ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ତେବେ ଏମାନଙ୍କ ପାଖରୁ ଚୋରି କାଜୁ କିଣିଥିବା ୪ ଜଣ ବ୍ୟବସାୟୀଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି।

ଗତ ୧୬ ତାରିଖରେ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଘଷରଡ଼ାରେ ଥିବା ଏକ କାଜୁ ମିଲ୍‌ରୁ ୩,୮୫୦ କେଜି କାଜୁ ଚୋରି ହୋଇଥିଲା। ଏକ ୧୦ ଜଣିଆ ଗ୍ୟାଙ୍ଗ ଏହି ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍‌ ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଥିବା କହିଛି।

ଅନ୍ୟପକ୍ଷରେ ଏହି ଚୋରି କାଜୁ ଜୟପୁରର ୪ ଜଣ ମିଠା ବ୍ୟବସାୟୀ କିଣିଥିବା ପୁଲିସ୍‌ କହିଥିଲେ ମଧ୍ୟ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ସେହିପରି ଚୋରି ମାଲ କିଣିବା ଅପରାଧ ହୋଇଥିଲେ ମଧ୍ୟ ପୁଲିସ୍‌ ଏହି ବ୍ୟବସାୟୀମାନଙ୍କ ବିରୋଧରେ ମାମଲା ରୁଜୁ ନକରି କେବଳ ବୟାନ ରେକର୍ଡ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।



from Odisha Reporter http://bit.ly/2GwK9qu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages