ବଦଳିପାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ନିୟମ: ମେରିଟ୍‌ରେ ନଥିଲେ ବି ମିଳିବ ଚାକିରି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବଦଳିପାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ନିୟମ: ମେରିଟ୍‌ରେ ନଥିଲେ ବି ମିଳିବ ଚାକିରି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିପାରେ କେନ୍ଦ୍ରୀୟ ଲୋକସେବା ଆୟୋଗ(UPSC) ନିୟମ। ସହଜ ଓ ସରଳ ହୋଇପାରେ ଆୟୋଗର ସର୍ତ୍ତାବଳୀ। ଭୁବନେଶ୍ୱରରେ ଅନୁଷ୍ଠିତ UPSC ଓ ବିଭିନ୍ନ ରାଜ୍ୟର ପିଏସ୍‌ସି ଅଧ୍ୟକ୍ଷଙ୍କ ଦୁଇଦିନିଆ ସମ୍ମିଳନୀରେ ଆଜି ଏଭଳି କେତେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ପ୍ରସ୍ତାବ ଅନୁସାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେରିଟ୍ ଲିଷ୍ଟରେ ରହୁନଥିବା ପରୀକ୍ଷାର୍ଥୀମାନେ ଅନ୍ୟ ଚାକିରି ପାଇଁ ଆଉ UPSCର ପରୀକ୍ଷା ଦେବାକୁ ପଡ଼ିବନି। ଗୋଟିଏ ପରୀକ୍ଷାରୁ ସଫଳ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ ୟୁପିଏସି। ଫଳରେ ସିଭିଲ୍ ସର୍ଭିସ୍ ମେରିଟ୍ ଲିଷ୍ଟରେ ନରହିଲେ ମଧ୍ୟ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଗ୍ରାଜୁଏଟ୍ ସ୍ତରର ଗ୍ରେଡ୍ ୱାନ୍ ଓ ଗ୍ରେଡ୍ ଟୁ ପଦବୀ ଲାଗି ଆଉ ପରୀକ୍ଷା ଦେବାକୁ ପଡ଼ିବନି। ଏମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଅବସ୍ଥାପିତ କରାଯାଇପାରିବେ।

ସେହିଭଳି ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ପରେ କୌଣସି କାରଣରୁ ପରୀକ୍ଷା ଦେଇନଥିବା ପରୀକ୍ଷାର୍ଥୀଙ୍କୁ ଗୋଟିଏ ସୁଯୋଗ ହରାଇବାକୁ ପଡ଼ୁଥିଲା। ହେଲେ ଆଗକୁ ଏଭଳି ନକରି ପରୀକ୍ଷା ପୂର୍ବରୁ ଓହରିଯିବା ଲାଗି ଏକ ବିକଳ୍ପ ରଖିବାକୁ ବିଚାର କରାଯାଉଛି ବୋଲି UPSC ସଦସ୍ୟ ଅରବିନ୍ଦ ସକ୍‌ସେନା କହିଛନ୍ତି।

ପରୀକ୍ଷାର୍ଥୀମାନେ ଏକାଧିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବାରୁ ସେମାନଙ୍କୁ ପରୀକ୍ଷା କଷ୍ଟ ଓ ମାନସିକ ଚାପରୁ ମୁକ୍ତ କରିବାକୁ ଏହି ନୂଆ ନିୟମ ସମ୍ପର୍କରେ ଚିନ୍ତା କରାଯାଇଥିବା ୟୁପିଏସି କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପରୀକ୍ଷା ପାଇଁ ଆଶାୟୀ ସଂଖ୍ୟା ମଧ୍ୟ ବଢୁଥିବାରୁ ପରୀକ୍ଷା ଆୟୋଜନ ପ୍ରକ୍ରିୟାକୁ ସହଜ କରିବାକୁ ଏହି ନୂଆ ନିୟମ ସହାୟକ ହେବା ଆଶା କରାଯାଉଛି। ସେପଟେ ଚାକିରି ଆଶାୟୀ ବି ୟୁପିଏସ୍‌ସିର ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି।



from Odisha Reporter http://bit.ly/2SAct0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages