
ନୂଆଦିଲ୍ଲୀ: ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିବା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଜି ଦିଲ୍ଲୀର ଏଆଇସିସି ଅଫିସରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ମିଳିଛି। ‘ପ୍ରିୟଙ୍କା ଗାନ୍ଧି ଭଦ୍ରା, କଂଗ୍ରେସର ମହାସଚିବ’ ଲେଖାଥିବା ଏକ ନାମ ଫଳକ ଉକ୍ତ ପ୍ରକୋଷ୍ଠ ଆଗରେ ଲଗାଯାଇଛି।
କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧିଙ୍କ ଅଫିସ ନିକଟରେ ହିଁ ପ୍ରିୟଙ୍କାଙ୍କ ରୁମ୍ ରହିଛି। ଆଜି ସଂଧ୍ୟାରେ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଯେଉଁଠି ଦଳର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଛି।
ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ପ୍ରିୟଙ୍କାଙ୍କୁ ମିଳିଛି। ବାରଣାସୀ, ଗୋରଖପୁର ଭଳି ହାଇପ୍ରୋଫାଇଲ୍ ନିର୍ବାଚନ ମଣ୍ଡଳୀ ପୂର୍ବାଞ୍ଚଳରେ ଯାଉଛି। ତେଣୁ ଏହି ସବୁ ଅଞ୍ଚଳରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ ଚଳାଇଛି।
ଗତକାଲି ଆମେରିକାରୁ ଫେରି ପ୍ରିୟଙ୍କା ସିଧା ରାହୁଲଙ୍କୁ ଭେଟିଥିଲେ। ଆସନ୍ତା ସପ୍ତାହରେ ସେ ଲକ୍ଷ୍ନୌ ଯିବେ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2GpCU2z
No comments:
Post a Comment