କଂଗ୍ରେସର ମିଶନ ୟୁପି: ପ୍ରିୟଙ୍କାଙ୍କ ବିଶାଳ ରୋଡ ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

କଂଗ୍ରେସର ମିଶନ ୟୁପି: ପ୍ରିୟଙ୍କାଙ୍କ ବିଶାଳ ରୋଡ ଶୋ’

ଲକ୍ଷ୍ନୌ: କୁହାଯାଏ ଦିଲ୍ଲୀର କ୍ଷମତା ଦଖଲ କରିବାକୁ ହେଲେ ପ୍ରଥମେ ଉତ୍ତର ପ୍ରଦେଶର ନିଜ ଶକ୍ତିର ପରିଚୟ ଦେବାକୁ ପଡ଼େ। ତେଣୁ ୮୦ ଲୋକସଭା ଆସନ ଥିବା ଉତ୍ତର ପ୍ରଦେଶ ଉପରେ ସବୁ ରାଜନୀତିକ ଦଳର ଆଖି ରହିଥାଏ।

ତେବେ ଏହି ରାଜ୍ୟରେ ବେଶ କିଛି ବର୍ଷ ହେଲାଣି କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏବେ କଂଗ୍ରେସ ପୁଣିଥରେ ଉତ୍ତର ପ୍ରଦେଶରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିବା ସହ ‘ମିଶନ ଉତ୍ତର ପ୍ରଦେଶ’ ଆରମ୍ଭ କରିଛି।

ଏଥିପାଇଁ ଦଳ ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଉପରେ ନିର୍ଭର କରିଛି। ପ୍ରିୟଙ୍କା ଏଆଇସିସିର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଆଜି ଲକ୍ଷ୍ନୌରେ ରୋଡ୍ ଶୋ’ କରିଛନ୍ତି। ପ୍ରିୟଙ୍କା ସହ କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧି ଓ ୟୁପି ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ରୋଡ୍ ଶୋ’ରେ ସାମିଲ ହୋଇ ଲୋକଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଛନ୍ତି।

ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ଏହି ରୋଡ ଶୋ’ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି। ଏବେ ଉତ୍ତରପ୍ରଦେଶରେ କଂଗ୍ରେସ ନିଜ ସ୍ଥିତି ମଜଭୁତ କରିପାରିବ ବୋଲି ଆଶା କରିଛି।

ପ୍ରିୟଙ୍କାଙ୍କ ରୋଡ ଶୋ’ ପାଇଁ ଆଜି ସ୍ୱତନ୍ତ୍ର ବସ୍‌ ବ୍ୟବହାର କରାଯାଇଥିଲା। ଦୀର୍ଘ ୧୫ କିମି ଲମ୍ବା ରାସ୍ତାରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ପାଇଁ ସେ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପାଇଁ ଗଳି କନ୍ଦିରେ ଦଳୀୟ ପୋଷ୍ଟର ଓ ବ୍ୟାନରର ବନ୍ୟା ଦେଖିବାକୁ ମିଳିଥିଲା। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇ ପ୍ରିୟଙ୍କାଙ୍କୁ ସ୍ୱାଗତ ଜଣାଇଥିଲେ।

ଦଳୀୟ ରଙ୍ଗରେ ରଙ୍ଗାୟିତ ଏକ ଖୋଲା ଗାଡ଼ିରେ ପ୍ରିୟଙ୍କା ଯାତ୍ରା କରିବା ସହ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ମଧ୍ୟ ପ୍ରିୟଙ୍କା ସାଙ୍ଗରେ ଉପସ୍ଥିତ ରହି କର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ।

ପ୍ରିୟଙ୍କା ୟୁପି ରାଜନୀତି ପାଇଁ ଗେମ୍ ଚେଞ୍ଜର ହେବେ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଥିଲାଗି ଦଳ ସଭାପତି ରାହୁଲ ଗାନ୍ଧି ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଛନ୍ତି। ଖାସ୍ କରି ଦଳୀୟ କର୍ମୀଙ୍କ ଉତ୍ସାହ ବଢ଼ାଇବାରେ ପ୍ରିୟଙ୍କା ସମର୍ଥ ହେବେ ବୋଲି ସେମାନେ କହିଛନ୍ତି। କିନ୍ତୁ ଜନସମର୍ଥନ ଭୋଟ୍‌ରେ ପରିବର୍ତ୍ତନ ହେବ ନା ନାହିଁ ତାହା କହିବା ମୁସ୍କିଲ ବୋଲି ସେମାନେ ସ୍ଵୀକାର କରିଛନ୍ତି।

ଆଜି ରାହୁଲ କହିଛନ୍ତି,“ ଉତ୍ତର ପ୍ରଦେଶରୁ କଂଗ୍ରେସର ଆରମ୍ଭ ହୋଇଥିଲା। ତେଣୁ ଏଠାରେ ଦଳ ଦୁର୍ବଳ ହେବନାହିଁ। ଉତ୍ତର ପ୍ରଦେଶରେ କଂଗ୍ରେସକୁ ସଶକ୍ତ କରିବା ପାଇଁ ମୁଁ ଦାୟିତ୍ୱ ପ୍ରିୟଙ୍କା ଓ ସିନ୍ଧିଆଙ୍କୁ ଦେଇଛି। ଉଭୟ ଲୋକସଭା ଏବଂ ଆଗାମୀ ବିଧାନସଭାରେ କଂଗ୍ରେସ ଏଠାରେ ଯେମିତି ସରକାର ଗଠନ କରିବ, ସେଥିଲାଗି ଦଳୀୟ କର୍ମୀମାନେ ଏହି ଦୁଇ ନେତାଙ୍କ ସହ ମିଶି କାର୍ଯ୍ୟ କରିବେ। କଂଗ୍ରେସ କୌଣସି ବି ପରିସ୍ଥିତିରେ ବ୍ୟାକ୍‌ଫୁଟ୍‌ରେ ଖେଳିବ ନାହିଁ। ଦଳ ସର୍ବଦା ଫ୍ରଣ୍ଟଫୁଟ୍‌ରେ ହିଁ ଖେଳିବ।”



from Odisha Reporter http://bit.ly/2Bxr9nB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages