Galaxy S10 ସିରିଜ୍‌ର ଟିଜର୍‌ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

Galaxy S10 ସିରିଜ୍‌ର ଟିଜର୍‌ ଜାରି

ଭୁବନେଶ୍ୱର: ଆସନ୍ତା୨୦ ତାରିଖରେ ସାମ୍‌ସଙ୍ଗର ଓପନ୍‌ଏଣ୍ଡ ଇଭେଣ୍ଟ ସାନ୍‌ ଫ୍ରାନ୍ସିସ୍‌କୋରେ ଅନୁଷ୍ଠିତ ହେବାକୁ ଯାଉଛି। ଶୁଣିବାକୁ ମିଳୁଛି ଯେ, କମ୍ପାନୀ ଏଠାରେ Galaxy S10 ସିରିଜ୍‌ ଲଞ୍ଚ କରିବ। ଗ୍ଲୋବାଲ୍‌ ଡେବ୍ୟୁ ପରେ Galaxy S10କୁ ଭାରତରେ ଲଞ୍ଚ କରାଯିବ। କିନ୍ତୁ ତା ପୂର୍ବରୁ ଫ୍ଲିପ୍‌କାର୍ଟ Galaxy S10ର ଟିଜର୍‌ ଜାରି କରିଛି। ଇ-କମର୍ସ ପ୍ଲାଟଫର୍ମ ଗେଟ୍ ନୋଟିଫାଇଡ୍ ଅପଶନ୍ ସହ S10 ଅନ୍‌ପ୍ୟାକ୍‌ଡ ଇନ୍‌ଭାଇଟ୍‌ର ବ୍ୟାନର ଲଗାଇଛି।  ସୂଚନା ଅନୁଯାୟୀ Galaxy S10କୁ ଭାରତରେ ମାର୍ଚ୍ଚ ୬ରେ ଲଞ୍ଚ କରାଯିବ ଓ ଏହାର ବିକ୍ରି ମାର୍ଚ୍ଚ ୧୫ରୁ ଆରମ୍ଭ ହେବ।

Galaxy S10 ଲଞ୍ଚିଂ ଫେବ୍ରୁଆରୀ ୨୦ରେ  ଆରମ୍ଭ ହେବ। କମ୍ପାନୀ ଏହି ଇଭେଣ୍ଟର ଲାଇଭ୍‌ ଷ୍ଟ୍ରିମିଂ କରାଇବ। କମ୍ପାନୀ ଏହି ଦିନ Galaxy S10, S10e ଓ S10+କୁ ଲଞ୍ଚ କରିବ ବୋଲି ଆଶା କରାଯାଉଛି। ଏଥିସହ କମ୍ପାନୀ ଏହି ଇଭେଣ୍ଟରେ ଏକ ନୂଆ ୱାୟରଲେସ୍‌ ଇୟରଫୋନ୍‌ ଓ ଏକ ସ୍ମାର୍ଟୱାଚ୍‌ ଲଞ୍ଚ କରିପାରେ। ତେବେ ଲଞ୍ଚ ହେବା ପରେ ହିଁ ଏହି ସ୍ମାର୍ଟଫୋନ୍‌ଗୁଡ଼ିକର ଫୁଲ୍‌ ସ୍ପେସିଫିକେଶନ୍ ବିଷୟରେ ଜଣାପଡ଼ିବ।

Galaxy S10 ସିରିଜ୍‌ର ସବୁଠୁ ଶସ୍ତା ମଡେଲ୍‌ Galaxy S10eର ମୂଲ୍ୟ ଭାରତରେ ପାଖାପାଖି ୫୦ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ଏହାର କେବଳ ଗୋଟିଏ ଭ୍ୟାରିଏଣ୍ଟ ୬ ଜିବି ଓ ୧୨୮ ଜିବି ଲଞ୍ଚ ହେବ। Galaxy S10 ସିରିଜ୍‌ର ଆରମ୍ଭ ୬୫ ହଜାର ଟଙ୍କାରୁ ଓ S10+ଆରମ୍ଭ ମୂଲ୍ୟ ୭୫ ହଜାର ଟଙ୍କାରୁ ହୋଇପାରେ।

Galaxy S10 ସିରିଜ୍‌ରେ ସାମସଙ୍ଗର ନୂଆ ଇନ୍‌ଫିନିଟି-O ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଦିଆଯିବ। ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ ରିୟର କ୍ୟାମେରା ଓ Galaxy S10+ରେ ୨ଟି ସେଲଫି କ୍ୟାମେରା ଦିଆଯିବ। Galaxy S10e ମାର୍କେଟ୍‌ରେ iPhone XRକୁ ଟକ୍କର ଦେବ ବୋଲି କୁହାଯାଉଛି।



from Odisha Reporter http://bit.ly/2TQcVVO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages