‘ଉରି’ରେ ‘ମହାଦେବ ଶିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

‘ଉରି’ରେ ‘ମହାଦେବ ଶିବ’

ମୁମ୍ବାଇ:ରିଲିଜ୍‌ ହେବାଠାରୁ ବକ୍ସ ଅଫିସ୍‌ ଜବରଦସ୍ତ ହିଟ୍‌ କରି ଚାଲିଛି ଫିଲ୍ମ ‘ଉରି’ ଦ ସର୍ଜିକାଲ ଷ୍ଟ୍ରାଇକ୍‌। ବହୁଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଆଧାରିତ ଏହି ଫିଲ୍ମ ‘ବାହୁବଳୀ-୨’ର ରେକର୍ଡ ଭାଙ୍ଗି ୩୦୦ କୋଟି କ୍ଲବ୍‌ରେ ପହଞ୍ଚିସାରିଛି। ଦେଶଭକ୍ତି ଓ ଭାରତୀୟ ଯବାନଙ୍କ ତ୍ୟାଗ ବଳିଦାନର କାହାଣୀ କହୁଥିବା ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁପାରିଛି। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ଭିକି କୌଶଲ, ୟାମୀ ଗୌତମ, ପରେଶ ରାୱଲ ଏବଂ ମୋହିତ୍‌ ରୈନା ।

ତେବେ ରୋଚକ କଥା ହେଉଛି ହିନ୍ଦୁ ପୌରାଣିକ ଧାରାବାହିକ ‘ଦେବୋଁ କେ ଦେବ ମହାଦେବ’ ସିରିଏଲ୍‌ରେ ମହାଦେବ ଶିବ ଭୂମିକାରେ ଅଭିନୟ କରିଥିବା ମୋହିତ୍‌ ରୈନା ଉରି ଫିଲ୍ମରେ ଅଭିନୟ କରିଛନ୍ତି। ଛୋଟପରଦାର ବଡ଼ ଷ୍ଟାର ମୋହିତ୍‌ ରୈନା ଉରି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିଛନ୍ତି।

ଏହା ପୂର୍ବରୁ ମୋହିତ କିଛି ଫିଲ୍ମରେ ଛୋଟମୋଟ ଭୂମିକାରେ ଆସିଥିଲେ। ଫିଲ୍ମରେ ମୋହିତ୍‌ଙ୍କ ଲୁକ୍‌ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ପୌରାଣିକ ଧାରାବାହିକ ଦେବୋଁ କେ ଦେବ ମହାଦେବ ଓ ମହାଭାରତରେ ଜବରଦସ୍ତ ଅଭିନୟ କରି ଛୋଟ ପରଦାରେ ବଡ଼ଷ୍ଟାର ହୋଇପାରିଛନ୍ତି ମୋହିତ୍‌।



from Odisha Reporter http://bit.ly/2GxMKjf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages