
ନୂଆଦିଲ୍ଲୀ: କୌଣସି ପ୍ରାକ୍ ସୂଚନା ନଥାଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଦ୍ରାନୀତି କମିଟି ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ ବା ୦.୨୫ ପ୍ରତିଶତ ହ୍ରାସ କରିଛି। ଏହି କେନ୍ଦ୍ରୀୟ ବ୍ୟାଙ୍କର ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ଏବେ ରେପୋରେଟ୍ ୬.୫୦%ରୁ କମି ୬.୨୫% ହୋଇଯାଇଛି। କମିଟି ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ସଦସ୍ୟ ରେପୋରେଟ୍ ହ୍ରାସ କରାଇବାକୁ ସମର୍ଥନ ଦେଇଥିଲେ।
ଅନ୍ୟ ଦୁଇ ସଦସ୍ୟ ବିରଲ ଆଚାର୍ଯ୍ୟ ଏବଂ ଚେତନ ଘାଟେ ହ୍ରାସର ସପକ୍ଷରେ ନଥିଲେ। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ରିଭର୍ସ ରେପୋରେଟ୍ ୬ ପ୍ରତିଶତକୁ କମିଆସିଥିବାବେଳେ ବ୍ୟାଙ୍କ ରେଟ୍ ୬.୫୦ ପ୍ରତିଶତକୁ ଖସିଆସିଛି।
ତେବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ଏହି କମିଟିର ୩ ଦିନିଆ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତିରେ ବିଭିନ୍ନ ଇଏମ୍ଆଇ, ଅଟୋମୋବାଇଲ ଲୋନ୍ ଏବଂ ହୋମ୍ ଲୋନ୍ର ସୁଧ ହାରରେ ବେଶ୍ ପ୍ରଭାବ ପକାଇବ।
ଆମେ ଆପଣଙ୍କୁ ହୋମ୍ଲୋନ୍ରେ ହ୍ରାସ ହୋଇଥିବା କିସ୍ତି ବା ଇଏମ୍ଆଇ ବାବଦରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଉଦାହରଣ ଦେଉଛୁ।
ଋଣ ପରିମାଣ ୩୦ ଲକ୍ଷ
ଅବଧି ୨୦ ବର୍ଷ
ବର୍ତ୍ତମାନର ସୁଧ ହାର ୮.୮%
ବର୍ତ୍ତମାନର ଇଏମ୍ଆଇ ୨୬୬୦୭.୧୦ ଟଙ୍କା
ନୂଆ ସୁଧ ହାର ୮.୫୫%
ନୂଆ ଇଏମ୍ଆଇ ୨୬୧୨୯.୭୧ ଟଙ୍କା
ଇଏମ୍ଆଇ କମିଲା ୪୭୭.୩୯ ଟଙ୍କା
from Odisha Reporter http://bit.ly/2DXye2s
No comments:
Post a Comment