
ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିଦର୍ଶନ କରିଛନ୍ତି ଏୟାରଲାଇନ୍ସ ଏୟାରର ୪ ଜଣିଆ ଟିମ୍। ଏହି ଟିମ୍ ବିମାନବନ୍ଦରରେ ପହଞ୍ଚି ସୁରକ୍ଷା ଓ ଭିତ୍ତିଭୂମି ତଦାରଖ କରିଛନ୍ତି। ଏହି ପ୍ରତିନିଧି ଦଳ ଏୟାରପୋର୍ଟରେ ପହଞ୍ଚି ବିମାନବନ୍ଦର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାର୍ଚ୍ଚ ପହିଲାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଚଳାଚଳ ଆରମ୍ଭ କରିବ ଆଲାଏନ୍ସ ଏୟାର।
ସେପଟେ ମାର୍ଚ୍ଚ ୩୧ରୁ ସ୍ପାଇସ୍ ଜେଟ୍ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ଜଣାପଡ଼ିଛି।
ଗତ ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏହି ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଘୋଷଣା କରିଥିଲେ। ଏହାସତ୍ତ୍ୱେ ବିଧିବଦ୍ଧ ଭାବେ ବିମାନବନ୍ଦର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହୋଇ ନ ଥିଲା। ବିଭିନ୍ନ ମହଲରେ ଦାବି ପରେ କେନ୍ଦ୍ର ସରକାର ବିମାନବନ୍ଦର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିଲେ।
from Odisha Reporter http://bit.ly/2GQksk3
No comments:
Post a Comment