ମୁଖ୍ୟମନ୍ତ୍ରୀ ଚପାଇଛନ୍ତି ୬ଟି ଆରଡିସି ତଦନ୍ତ ରିପୋର୍ଟ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ମୁଖ୍ୟମନ୍ତ୍ରୀ ଚପାଇଛନ୍ତି ୬ଟି ଆରଡିସି ତଦନ୍ତ ରିପୋର୍ଟ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ମସିହା ପରଠୁ ଆରଡିସି ତଦନ୍ତ ହୋଇଥିବା ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ରାଜ୍ୟ ସରକାର ଜାଣିଶୁଣି ଚପାଇ ରଖିଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏଗୁଡ଼ିକ ଚାପି ଦିଆଯାଇଥିବା ଏହି ଆରଡିସି ତଦନ୍ତ ରିପୋର୍ଟକୁ ତୁରନ୍ତ ସାଧାରଣ ନିର୍ବାଚନ ପୂର୍ବରୁ ସାର୍ବଜନୀନ କରିବା ପାଇଁ କଂଗ୍ରେସ ଦାବି କରିଛି।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଓ ଅନ୍ୟ ମୁଖପାତ୍ରମାନେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହ ଏସବୁ ସମ୍ବେଦନଶୀଳ ଘଟଣାର ଆରଡିସି ତଦନ୍ତ ରିପୋର୍ଟକୁ ଓ ଏହାର ଆକ୍ସନ ଟେକେନ୍ ରିପୋର୍ଟକୁ ଲୋକଲୋଚନକୁ କାହିଁକି ଅଣାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି।

କଂଗ୍ରେସ କହିଛି ଯେ ୨୦୧୪ ମସିହା ପରେ ଆରଡିସି ତଦନ୍ତ ହୋଇଥିବା ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଯଥା – ୧) ମଦ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପାଇଁ ରାଜକନିକାର ନମତରା ଗୁଳିକାଣ୍ଡ ଘଟଣା ୨) ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା, ୩) ପୁରୀ ଠାରେ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଯୋଜନା ୪) ପୁରୀ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ, ୫) ଭଦ୍ରକ ଦଙ୍ଗା ଘଟଣା ଓ ୬) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କୋଟପାଡ଼ଠାରେ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି।

ଏହି ସମସ୍ତ ୬ଟି ଘଟଣା ମଧ୍ୟରୁ ପ୍ରଥମ ତିନୋଟି ଘଟଣାରେ ଯଥା- ନମତରା ଗୁଳିକାଣ୍ଡ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଓ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସଂପର୍କରେ ତଦନ୍ତ ରିପୋର୍ଟକୁ ସରକାରଙ୍କୁ ଆରଡିସି ପ୍ରଦାନ କରିସାରିଛନ୍ତି। କିନ୍ତୁ ସରକାର ତା’ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କିମ୍ବା ତା’କୁ ସାର୍ବଜନୀନ କରୁନାହାନ୍ତି। ଅନ୍ୟ ତିନୋଟି ଘଟଣା ସଂପର୍କିତ ଆରଡିସି ତଦନ୍ତ ରିପୋର୍ଟକୁ ମଧ୍ୟ ସରକାର ଚାପି ଦେବାକୁ ବସିଛନ୍ତି।

ପ୍ରତ୍ୟେକ ଦିନ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନବୀନ ସରକାର ଏହି ୬ଟି ଆରଡିସିସ୍ତରୀୟ ତଦନ୍ତ ରିପୋର୍ଟକୁ ନିର୍ବାଚନ ପୂର୍ବରୁ ଲୋକଲୋଚନକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥୀ, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି ଏବଂ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter http://bit.ly/2BGmBeM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages