କାଲିଠାରୁ ବିଧାନସଭା, ୭ରେ ରାଜ୍ୟ ବଜେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

କାଲିଠାରୁ ବିଧାନସଭା, ୭ରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ। ତେବେ ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବ୍ରିଫ୍‌କେସ୍ ଉପରେ ଏବେ ନଜର।

ଆଗକୁ ନିର୍ବାଚନ ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ ତାକୁ ନେଇ କଳ୍ପନାଜଳ୍ପନା। ଏଥର ବଜେଟ୍‌ରେ ୧୩୨ ଲକ୍ଷ ୬୬୦ କୋଟି ଟଙ୍କାର ବ୍ୟୟବରାଦକୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିସାରିଛି।

ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ପ୍ରଥମ ୪ ମାସ ପାଇଁ ପ୍ରାୟ ୫୦ ହଜାର କୋଟି ଟଙ୍କାର କାମଚଳା ବଜେଟ୍‌କୁ ବିଧାନସଭା ଅନୁମୋଦନ ଦେବ। କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାରଙ୍କୁ ଖୁସ୍ କରିବା ପାଇଁ ଟ୍ୟାକ୍ସ ରିହାତି ଦେବା ପରେ ରାଜ୍ୟ ସରକାର ମଧ୍ୟ ଏହି ବର୍ଗଙ୍କ ପାଇଁ କିଛି ବ୍ୟବସ୍ଥା କରିପାରନ୍ତି।

ରାଜ୍ୟରେ ଏହି ବର୍ଗରେ ଏକ ବଡ଼ ଭୋଟ୍‌ ବ୍ୟାଙ୍କ ଥିବାରୁ ସରକାର ଏ ଦିଗରେ କସରତ କରୁଥିବା କୁହାଯାଉଛି। ଆଗକୁ ନିର୍ବାଚନ ଥିବାରୁ ନୂଆ ସ୍କିମ୍ ଆଣିବା ସହ କାଳିଆ ଯୋଜନା ପାଇଁ ଅର୍ଥ ବରାଦ କରିବେ।

୧୮-୧୯ରେ ମୂଳ ଓ ଅତିରିକ୍ତ ବଜେଟ୍‌ ପରିମାଣର ୫୫.୪୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି  ରାଜ୍ୟ ସରକାର। ଗୋଟିଏ ପଟେ ବ୍ୟୟ ବରାଦ ରାଶିକୁ ସରକାର ଖର୍ଚ୍ଚ କରିପାରୁନଥିବା ବେଳେ ରାଜସ୍ୱ ଆଦାୟରେ ସେମିତି କିଛି ଆଖି ଦୃଶିଆ ବୃଦ୍ଧି ଘଟିନାହିଁ।

ତେବେ ସରକାର ନୂଆ ନୂଆ ଯୋଜନାର ଘୋଷଣା କରିଚାଲିଛନ୍ତି। ଆୟ ତୁଳନରେ ବ୍ୟୟ କ୍ରମାଗତ ବଢିଚାଲିଥିବାରୁ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ ଋଣଭାର ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ ଓ ବିଜେପି।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୯୧ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରଯାଉଛି। ଏଭଳି ସ୍ଥିତିରେ ଆର୍ଥିକ ପରିଚାଳନା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ।

ସେପଟେ ବିଧାନସଭାର ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଲାଗି ୩୦ ପ୍ଲାଟୁନ୍‌ ଫୋର୍ସ ଓ ୧୦୦ ଉଚ୍ଚ ଅଧକାରୀ ମୁତୟନ ସହ ଅଧିବେଶନ କାଳରେ ୨ ୟୁନିଟ୍‌ ଏସ୍‌ଓଜି ମୁତୟନ ହେବେ।

ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ଏନେଇ ସୂଚନା ଦେଇଛନ୍ତି ପୁଲିସ୍‌ ଡିଜି ଆର୍‌.ପି. ଶର୍ମା। ଏଥିସହ ୩ଟି କଣ୍ଟ୍ରୋଲ ରୁମ୍ ସହ ସିସିଟିଭି ନଜରରେ ବିଧାନସସଭା ରହିବା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅଧିକ କର୍ମଚାରୀ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।



from Odisha Reporter http://bit.ly/2MLLdHi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages