
ଶ୍ରୀନଗର: ଉତ୍ତର ଭାରତରେ ପୁଣି ଶୀତ ଲେଉଟିଛି। ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ହେଉଛି। ଜମ୍ମୁ-କାଶ୍ମୀର କୁଲଗ୍ରାମ ଜିଲ୍ଲାରେ ଥିବା ଜବାହାର ସୁରଙ୍ଗ ନିକଟରେ ବହୁ ପରିମାଣରେ ବରଫପାତ ହୋଇଛି। ଏକ ବରଫ ପାହାଡ଼ ପୁଲିସ୍ ପୋଷ୍ଟ ଉପରେ ଖସି ପଡ଼ିବା କାରଣରୁ ୧୦ ଜଣ ପୁଲିସ୍ କର୍ମଚାରୀ ନିଖୋଜ ହୋଇ ଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।
ପାହାଡିଆ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ତୁଷାରପାତ ହୋଇଛି। ଗୁରୁବାର ଦିଲ୍ଲୀ ଓ ନୋଏଡା ସମେତ ଏନସିଆର ଅଞ୍ଚଳରେ ମଧ୍ୟ ବରଫପାତ ହୋଇଥିଲା।
ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି। କେଦାରନାଥ ମନ୍ଦିରର ଆଖପାଖ ଅଞ୍ଚଳରେ ବରଫାପାତ ଯୋଗୁ ଦୁଇ ଫୁଟର ବରଫ ଜମି ରହିଛି। ଅଧିକ ବରଫପାତ ଯୋଗୁ କେଦାରନାଥରେ ବିଜୁଳି ଓ ପାଣି ସରାବରାହ ବନ୍ଦ ରହିଛି। ଏଥିପାଇଁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି।
from Odisha Reporter http://bit.ly/2GuDCf7
No comments:
Post a Comment